Onn 3

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଇକ ଶୋଭାଯାତ୍ରା

State

ନିଶ୍ଚିନ୍ତକୋଇଲି : ସମଗ୍ର ହିନ୍ଦୁ ସମାଜ ପାଇଁ ସୌଭାଗ୍ୟର ଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ମାହାଙ୍ଗା ନିଶ୍ଚିନ୍ତକୋଇଲି ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସଂଗଠନର ଆବାହକ ସୁମନ୍ତ କୁମାର ଘଡ଼େଇଙ୍କ ସଂଯୋଜନାରେ ହଜାର ହଜାର ସଂଖ୍ୟାରେ ରାମ ଭକ୍ତମାନେ ନିଶ୍ଚିନ୍ତକୋଇଲି ପାଳଧୁଆ ପଡ଼ିଆରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ବଜାର ଦେଇ ଥାନା ଛକ , ବୁହାଳୋ ,ସରପଡ଼ା,ବରପଡ଼ା,ନଗସପୁର,ବାଲିଗଡ଼ା, ବର୍ଗୀହାଟ ,ଦାଉଦପୁର,ବୋଧଙ୍ଗ,ଜମରା ଦେଇ ତରତ ହାଟ ପଡ଼ିଆରେ ପହଞ୍ଚିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପ୍ରତ୍ୟେକ ଗ୍ରାମରେ ମା’ ମାଉସୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତରତ ପଡ଼ିଆ ପକ୍ଷରୁ ହନୁମାନ ମନ୍ଦିର ଯାଏ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାରେ ରାମାୟଣର ବହୁ ବେଶଧାରୀ ଦେବତାମାନେ ଏଥ୍‌ôରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ବହୁ ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।