ଆଗରପଡ଼ା :ଆବାଳ, ବୃଦ୍ଧ,ବନିତା ରଙ୍ଗଖେଳରେ ମସଗୁଲ ରହି ଆନନ୍ଦ ମନାଉ ଥିବାବେଳେ ନିଳୋକ ପଞ୍ଚଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଦାଧର ସାହୁଙ୍କ ମୃତ୍ୟୁ ଖବର ହୋଲିର ରଙ୍ଗକୁ ହଠାତ୍ ଫିକା କରି ଦେଇଥିଲା । ମହାନ୍ତିପଡ଼ା ଗ୍ରାମର ଗଦାଧର(୪୯) ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଉଦବେଗଜନକ ଥିବାରୁ ଘଷିପୁରା ମେଡିକାଲ ଓ ସେଠାରୁ କଟକ ମେଡିକାଲ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ପାଇ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ଦାଶ,ଏବିଡିଓ ନିଶିକାନ୍ତ ଖୁଣ୍ଟିଆ,ସରପଂଚ ନିହାର ରଂଜନ ପଣ୍ଡା, ସମିତିସଭ୍ୟ ନିର୍ମଳ ନାୟକ,ପ୍ରାକ୍ତନ ସରପଂଚ ଉମେଶ ସାହୁ,କଳ୍ପତରୁ ସାହୁ,ସତ୍ୟବାନ ଦାସ ପ୍ରମୁଖ ତାଙ୍କ ବାସଭବନକୁ ଯାଇ ମରଶରୀରକୁ ଶେଷଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଗଦାଧର ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ସହ ଶାନ୍ତ,ସରଳ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ବିଧବା ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
