ଭୁବନେଶ୍ଵର: ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ଲିଙ୍କ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ ।
ସେପଟେ ଇରାନୀ ଗ୍ୟାଙ୍ଗ ନାଁରେ ବଢୁଛି ଅଭିଯୋଗର ତାଲିକା । ଜଣକ ପରେ ଜଣେ ଆସି ଥାନାରେ ଅଭିଯୋଗ କରୁଛନ୍ତି। ଆଜି ମଧ୍ୟ କିଛି ଲୋକ ଅଭିଯୋଗ ଆଣିବା ନେଇ ସୂଚନା ମିଳିଛି। ଯାଜପୁରରୁ ଭୁବନେଶ୍ବର ଯାଏ ଲମ୍ବିଛି ବ୍ଲାକେମେଲିଂ ଚେର । ଏବେ ଏହାର ଖିଅ ଖୋଜୁଛି ତମାଣ୍ଡୋ ଥାନା ପୋଲିସ ।