Onn 3

ପ୍ରଗତି ପାଠାଗାର ଦୀର୍ଘ ବର୍ଷ ହେବ ଅର୍ଦ୍ଧନିମିତ ଅବସ୍ଥାରେ ପଡ଼ିରହିଛି

State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ପଞ୍ଚାୟତରେ ଥିବା ସର୍ବ ପୁରାତନ ପ୍ରଗତି ପାଠାଗାର ଦୀର୍ଘ ବର୍ଷ ହେବ ଅର୍ଦ୍ଧନିମିତ ଅବସ୍ଥାରେ ପଡ଼ିରହିଛି । ଏହି ପାଠାଗାରର ନୂତନ ଗୃହ ନିର୍ମାଣ ପାଇଁ ତତକାଳୀନ ସ୍ୱାସ୍ଥ୍ୟ,କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ୧୫.୧୨.୨୦୧୭ ରିଖରେ ଏହାର ଶୁଭ ଶିଳାନ୍ୟାସ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ନିର୍ମାଣ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏହି ପାଠାଗାର ପଛପଟକୁ ଲାଗି ଦଧିବାମନଜୀଉ ଆଞ୍ଚଳିକ ସାଧନକେନ୍ଦ୍ର କାର୍ଯ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟଟିଏ ମଧ୍ୟ ରହିଛି । ଉକ୍ତ ସାଧନ କେନ୍ଦ୍ରକୁ ଯାତାୟତ ପାଇଁ ସିଧାସଳଖ ରାସ୍ତା ନଥିବା ବେଳେ କୋମଳମତୀ ଛାତ୍ରଛାତ୍ରୀମାନେ ଏହି ପାଠାଗାର ମଧ୍ୟଭାଗ ଦେଇ ପାଠପଢିବା ପାଇଁ ଯାଉଛନ୍ତି ।

ପାଠାଗାରା ଘରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହି ଏହା ମଧ୍ୟରେ ଅଳିଆ ଆବର୍ଜନା ପଡ଼ିଥିବାରୁ ଯାତାୟତ ପାଇଁ ସମସ୍ୟା ହେଉଛି । ବର୍ତ୍ତମାନ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ଐତିହ୍ୟ ସଂସ୍କୃତି ସୁରକ୍ଷା କରିବା ନିମନ୍ତେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଉକ୍ତ ପୁରାତନ ପାଠଗାରାର ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଯୋଜନାର ଥିବା ଆର୍ଥିକ ଅନୁଦାନ ଯୋଗାଇଦେବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।