Onn 3

୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

State

ନିଶ୍ଚିନ୍ତକୋଇଲି: ଏହି ଅଞ୍ଚଳର ବହୁ ପୁରାତନ କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟ ର ୧୯୭୪ ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଚମ୍ପତ୍ତିପାଟଣା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଛାତ୍ର ବିଚିତ୍ରାନନ୍ଦ ସାମଲ ଓ ସୁଧୀର ନାୟକ ଙ୍କ ସଂଯୋଜନାରେ ପ୍ରଥମେ ସମସ୍ତ ସହପାଠୀ ପରିବାରମାନଙ୍କ ମଙ୍ଗଳ ପାଇଁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଦିଗବଂତ ଶିକ୍ଷକ ଓ କେତେକ ସହପାଠୀମାନଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂଜ୍ୟ ଗୁରୁଦେବ ବାସୁଦେବ ନାୟକ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ ।

ସଭାପତି କୈଳାସଚନ୍ଦ୍ର ଦଳାଇ ଙ୍କ ପୌରହିତ୍ୟରେ ଏଥିରେ ଗଣେଶ୍ୱର ବେହେରା, ସମ୍ପାଦକ ସୁଧିରଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ସାମଲ, ଧିରେନ୍ଦ୍ରନାଥ ବେହେରା, ମନମଥ ମହାନ୍ତି, କାର୍ତ୍ତିକ ବେଉରିଆ, ବିରଜାପ୍ରସାଦ ଶତପଥୀ, ଛାତ୍ରୀ ଜ୍ୟୋସ୍ନାମୟୀ ପଣ୍ଡା , କୁସୁମ ସ୍ୱାଇଁ , କଳ୍ପନା ପଣ୍ଡା, ମିନତୀ ମହାନ୍ତି, ସରସ୍ୱତୀ ଶତପଥୀ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ଜୀବନର ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ । ବିଗତ ୫୦ ବର୍ଷ ପରେ ସମସ୍ତସହପାଠୀ ମାନେ ଏକଜୁଟ ହୋଇ ପରସ୍ପରକୁ ସାକ୍ଷାତ କରିବା ପରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଗରିବ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଏହି ବ୍ୟାଚର ସହପାଠୀ ମାନେ ବିଶେଷ ଭାବେ ସହଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ଧିରେନ୍ଦ୍ରନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।