ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଆୟୋଜିତ ୭ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଯୁକ୍ତ ୩ ଶାସ୍ତ୍ରୀର ୫୦ ଜଣ ଛାତ୍ରୀ ଆତ୍ମରକ୍ଷା କୌଶଳ ଉପରେ ତାଲିମ ନେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ହରପ୍ରିୟା ମହାକୁଡ଼ ଓ ହିମାସ୍ମି ସ୍ୱାଇଁ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡ ଦେବଯାନୀ ପଣ୍ଡା,ଅଧ୍ୟାପକ ସୁବାସ ଚନ୍ଦ୍ର ନାୟକ,ଚନ୍ଦ୍ରକାନ୍ତ ବେହେରା,ମନୋଜ କୁମାର ରାଉତ,ସୁଶାନ୍ତ କୁମାର ବେହେରା,ସସ୍ମିତା ରାଉତ,କର୍ମଚାରୀ ଉତ୍ତମ କୁମାର ବିଶ୍ୱାଳ,ଶଙ୍କର୍ଷଣ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

