ତାଳଚେର : ତାଳଚେର ପୋଲିସ ହାତରେ ଆନ୍ତଃରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ୭ଜଣଙ୍କୁ ଗିରଫ ସହ ୨୪ଟି ସୁନା ଚେନ୍ ଜବତ କରିଛି ପୋଲିସ । ଜବତ ଚେନର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ।ମହିଳାଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରୁ ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ଚମ୍ପଟ ମାରୁଥିଲେ ଏହି ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତ ୧୯ ତାରିଖ ଦିନ ତାଳଚେର ବାଘୁଆବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଚିଣ୍ଡାଇ ଦୁଇଜଣ ଚୋର ମୋଟରସାଇକେଲରେ ପଳାଇ ଯାଉଥିବାବେଳେ ଡେରା ଠାରେ ଚୋରିହୋଇଥିବା ପରିବାରର ସଦସ୍ୟ ଚୋରକୁ କାବୁକରି ପୋଲିସ ଜିମାଦେଇଥିଲେ ।
ପରେ ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରା ଗ୍ୟାଙ୍ଗଙ୍କ ସମେତ ଏଥିରେ ସମ୍ପୃକ୍ତି ଥିବା ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଚୋରିରେ ସାମିଲ ଥିବା ସାତ ଜଣକୁ ଗିରଫ କରିବାସହ ସେମାନଙ୍କଠାରୁ ୨୪ଟି ସୁନାଚେନ ଜବତକରିଥିବା ଏକ ସାମ୍ୱାଦିକ ସମିଳନୀ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।