Onn 3

ଆଗରପଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କଳିଙ୍ଗ କମ୍ପ୍ୟୁଟର୍ସ ପରିସରରେ ଯୁବ ସମାଜସେବୀ ବିଜ୍ଞାନ ଭୂଷଶ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପରିସରରେ “ପ୍ରକୃତ ସ୍ୱାଧିନତା ମିଳିଛି କି?”ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କଳିଙ୍ଗ କମ୍ପ୍ୟୁଟର୍ସ ପରିଚାଳନା ନିର୍ଦ୍ଦେଶିକା ମୋନାଲିସା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଯୁବ ନେତା ପ୍ରିତିସ କାନ୍ତ ଶତପଥି,ସାମ୍ବାଦିକ ଅକ୍ଷୟ ସିଂହ ଓ ସହ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିକାଶ ଧଳ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଡ଼ାଏଟ,କଲେଜ,କୃଷ୍ଣଚରଣ ବିଦ୍ୟାମନ୍ଦିର,ସରକାରୀ ବାଳିକା ହାଇସ୍କୁଲ,ଥାନା,ବ୍ୟାଙ୍କ,ରାଜୟୁଥ କ୍ଲବ,ଇଲେଭେନଷ୍ଟାର କ୍ଲବ,ବସସିଣ୍ଡିକେଟ,ବି.ପି ମେମୋରିଆଲ ଇଂଲିଶମିଡ଼ିୟମ ସ୍କୁଲ,ଶିଶୁମନ୍ଦିର ସମେତ ବିଭିନ୍ନ ପଞ୍ଚାୟତ ସ୍ଥିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।