Photo For The News Of Biswa Mahakas Divas

ବିଶ୍ୱ ମହାକାଶ ଦିବସ ପାଳିତ

State
ଆଗରପଡ଼ା :ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡ଼ା ଆନୁକୂଲ୍ୟରେ ବିଶ୍ୱ ମହାକାଶ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ଼ କାର୍ତ୍ତିକେଶ୍ୱର ରାଉଳ ଉଦ୍‌ଘାଟନ କରିଥିଲେ । ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭବାନିଶଙ୍କର ଦାସ ,ନିର୍ମଳ ଚନ୍ଦ୍ର ସେଠୀ,ବିଜୟିନୀ ମହାପାତ୍ର,ରେଖା ମିଶ୍ର ପ୍ରମୁଖ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । କିରଣ ପ୍ରଧାନ ଓ ତ୍ରିଲୋଚନ ମହାଳିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ପ୍ରଶିକ୍ଷକ ପଦ୍ମିନି ବେହେରା,ମଧୁସ୍ମିତା ତ୍ରୀପାଠୀ,ତୃପ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନିକଟସ୍ଥ ପ୍ରୟୋଗଶାଳା ବିଦ୍ୟାଳୟ ପୁରୁଷଣ୍ଢ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦ୍ମନାଭ ସେଠୀ ଉକ୍ତ କାର୍ଯ୍ୟକ୍ରମରେ ଗୁରୁ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ-୩ର ଏକ ବାଲୁକା ମଡ଼େଲ ପ୍ରସ୍ତୁତିରେ ନିର୍ଦ୍ଦେଶନା କାର୍ଯ୍ୟ ବହନ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।