Onn 3

ବନ୍ତଳା ସ୍କୁଲରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

State

ଆଗରପଡ଼ା :ବନ୍ତ ବ୍ଳକ କାଦବରାଙ୍ଗ କ୍ଲଷ୍ଟର ଅଧିନସ୍ଥ ବନ୍ତଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ସହିତ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ତଥା ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ ଯୋଗ ଦେଇ ମ୍ୟୁଜିକ ଚେୟାର,ସ୍ଳୋ ସାଇକେଲ ଦୌଡ଼, ସଟଫୁଟ ଥ୍ରୋ, ସ୍ପୋନ ବଲ ବାଲାନ୍ସ, ହସ୍ତାକ୍ଷର,ତର୍କ,ନାଚ, ଗୀତ, ଗଣିତଦୌଡ଼,ଅଖା ଦୌଡ଼ ଆଦି ବିଭିନ୍ନ ଖେଳରେ କୃତୀତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।

ଉକ୍ତ ସଭାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକୁ ସହକାରୀ ଶିକ୍ଷକ ମିହିର ଆଇଚ,ମାନସ ଭୂୟାଁ,ଗୟାଧର ସାମଲ,ମାନସ ଦାସ,ସନ୍ଧ୍ୟାରାଣୀ ପହି ଓ ଗୋପାଳକୃଷ୍ଣ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।