Protisruti News Photo

“ପ୍ରତିଶ୍ରୁତି”ର ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

State

ବାରିପଦା :  ଦୀର୍ଘ ୪୨ବର୍ଷ ଧରି ମୟୂରଭଞ୍ଜ ବାରିପଦାରୁ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳ ତ୍ରୈମାସିକ ପତ୍ରିକା “ପ୍ରତିଶ୍ରୁତି”ର ରଥଯାତ୍ରା ବିଶେଷାଙ୍କ ରଥଖଳାରେ ପ୍ରତିଶ୍ରୁତି ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଲୋର୍କାପିତ ହୋଇ ଯାଇଛି । ଏହି ଅବସରରେ ମୟୂରଭଞ୍ଜର ଜିଲ୍ଲାପାଳ ଦତାତ୍ରେୟ ଭାଉ ସାହେବ ସିନ୍ଦେ ମୁଖ୍ୟ ଅତିଥି, ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ ସମ୍ମାନିତ ଅତିଥି ଡି.ଆଇ.ଜି. ଡ. ସତ୍ୟଜିତ ନାଏକ, ମୁଖ୍ୟ ବକ୍ତା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ମହାରଣା, ଅନ୍ୟତମ ସମ୍ମାନିତ ଅତିଥି ଏସ.ଡି.ପି.ଓ. ସୁଜିତ ପ୍ରଧାନ ବିଶେଷ ଅତିଥି ଏବଂ ଉପ-ଜିଲ୍ଲାପାଳ ତଥା ଦେବୋତ୍ୱର ନିର୍ବାହୀ ଅଧିକାରୀ ଇଶ୍ୱର ଚନ୍ଦ୍ର ନାୟକ ସମ୍ମାନିତ ବକ୍ତା ତଥା ବାରିପଦା ତହସିଲଦାର ଦିନମଣୀ ନାୟକ ପ୍ରମୁଖ ଯୋଗଦେଇ ଦୀର୍ଘବର୍ଷ ଧରି ଏହି ପତ୍ରିକା କେବଳ ମୟୂରଭଞ୍ଜ ନୁହେଁ ଓଡିଶା ଏବଂ ଓଡିଶା ବାହାରେ ତା’ର ଗୌରବକୁ ବଜାୟ ରଖିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ଅଧିକନ୍ତୁ ଜିଲ୍ଲାପାଳ ଶ୍ରୀ ସିନ୍ଦେ ପତ୍ରିକାର ଏହି ସଂଖ୍ୟା ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧିକ ଜ୍ଞାନ ଲାଭ କରିବା ପାଇଁ ସମର୍ଥ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଡ.ନାଏକ ଏହି ପତ୍ରିକା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନାର ଉଦ୍ରେକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ପତ୍ରିକାରେ ଓଡିଶାର ବହୁ ବିଶିଷ୍ଟ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ବିଦ୍ୱାନ ମାନଙ୍କର ଲେଖା ସ୍ଥାନିତ ହୋଇଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିବ ବୋଲି ସମ୍ମାନିତ ଅତିଥି ଏସ.ସୁଶ୍ରୀ ପ୍ରକାଶ କରିଥିଲେ । ଉକ୍ତ ରଥଯାତ୍ରାର ସ୍ୱତନ୍ତ୍ର ସଂଖ୍ୟା ପ୍ରଫେସର.ବୈଷ୍ଣବ ଚରଣ ସାମଲ, ଡ. ତୁଳସୀ ଓଝା, ଡ. ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡ.ମହମ୍ମଦ ଆୟୁବ୍‌, ଡ. ନରେଶ ଚନ୍ଦ୍ର ଦାଶ, ଡ.ବିଦ୍ୟୁଲତା ରାୟ, ଡ.ପାର୍ଥସାରଥୀ ଜେନା, ଡ. ତ୍ରିନାଥ ପଟ୍ଟନାୟକ, କୁନଲତା ତ୍ରିପାଠୀ, ଡ. ବ୍ରଜକିଶୋର ସାହୁ, ଡା. ଭାଗବତ ବେହେରା ପ୍ରମୁଖ ବିଶିଷ୍ଟ ସାରସ୍ୱତ ସାଧକଙ୍କ ରଚନାରେ ସମୃଦ୍ଧ । ଏହି ଲୋକାର୍ପଣ କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଭାଗବତ ପଣ୍ଡା ଉପସ୍ଥିତ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।