ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ବନପାହାଡ଼ ଘେରା ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତର ମାଣିକପୁର ଗାଁ ଏବଂ ନୂଆଗାଁ ଗାଁ କୁ କଂକ୍ରିଟ ରାସ୍ତା ର କାର୍ଯ୍ୟ 7 ଦିନ ଭିତରେ ଆରମ୍ଭ ନ ହେଲେ ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବ୍ଲକ କୁ ଘେରାଉ କରାଯିବ ବୋଲି ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ ପୂର୍ବରୁ ଚେତାବନି ଦେଇଥିଲେ l ଏହି ରାସ୍ତାଟି ପାଟପୁରଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା ବଳରାମପୁର, ପାଉଁଶିଆ, ବାନ୍ଧଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କାମ ହେବା କଥା l କାର୍ଯ୍ୟ ସରିବା ପାଇଁ ଅବଧି 24.11.2022 ରହିଥିଲା lକିନ୍ତୁ ମାଣିକପୁର ଗାଁ କଂକ୍ରିଟ କାମ ଆରମ୍ଭ ହେଲା lଡ଼ାଇଭାରସନ ନିର୍ମାଣରେ ତ୍ରୁଟି ଯୋଗୁ ଗମନାଗମନରେ ବ୍ୟାହତ ସୃଷ୍ଟି ହେବା ସହିତ ସ୍କୁଲ, କଲେଜ ର ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବାରେ ହନ୍ତସନ୍ତ ହେଉଛନ୍ତି। ଗତକାଲି ଏବଂ ଆଜି ବର୍ଷା ଯୋଗୁଁ ଡ଼ାଇଭାରସନ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି।ସେହି ସ୍ଥାନରେ ଛୋଟ ବଡ଼ ଦୁଘଟଣା ଘଟିଥିଲା।ରୋଗୀ ଏବଂ ଗର୍ଭବତୀ ମହିଳା ମାନେ ଡ଼ାକ୍ତର ଖାନ ଯିଵା ରେ ବହୁତ ହ ଇରାଣ ହେଉଛନ୍ତି। ତେଣୁ ଏହାର ସମାଧାନ ଯଥାଶୀଘ୍ର କରିବା ପାଇଁ ସାଧାରଣରେ ଦାବୀ କରାଯାଇଅଛି l
