Crick

ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଚୟନ

sports

ବାରିପଦା  : ଓ ସି ଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ଟି – ୨୦ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୨ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ୨୦ ତାରିଖ ଦିନ ହେବ I ଇଛୁକ ଖେଳାଳି ୧୯ ତାରିଖ ସୁଦ୍ଧା ନିଜନିଜର ନାମ ପଞ୍ଜିକରଣ ବାରିପଦା ଷ୍ଟାଡିୟମ ଅଫିସରେ କରିବା ପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ଅନୁରୋଧ କରିଛନ୍ତି I ନୂତନ ଭାବେ ପଞ୍ଜିକରଣ କରୁଥିବା ଖେଳାଳି ନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ପରିଚୟ ପ୍ରମାଣ ପତ୍ର, ନିଜ ଠିକଣା ପ୍ରମାଣ ପତ୍ର, ଶେଷ ୩ ବର୍ଷର ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରିବାକୁ କ୍ରିକେଟ ସମ୍ପାଦକ ହର ପ୍ରସାଦ ପାତ୍ର ଜଣାଇଛନ୍ତି I ୨୦ ତାରିଖ ସୁଦ୍ଧା ଚୟନ ପ୍ରକ୍ରିୟା ଶେଷ କରାଯିବା ପରେ ୨୧ ତାରିଖ ଦିନ ଦଳ କଟକ ଅଭିମୁଖେ ଯାତ୍ରା କରିବ ବୋଲି କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ I