Erw

ଆଗରପଡ଼ା ମହାବିଦ୍ୟାଳୟରେ ଅନିୟମିତତା ପ୍ରସଙ୍ଗ, ବିନା ସହମତିରେ ବିକ୍ରିହେଲା ପୁରୁଣା ଜିନିଷ

State

ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ ନିୟମର ଖୋଲା ଉଲଘଂନ

ଆଗରପଡ଼ା :ଗୁଣାତ୍ମକ ଶିକ୍ଷା ନିମନ୍ତେ ଶୈକ୍ଷିକ ବାତାବରଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉକ୍ତ ଅର୍ଥର ବିନିଯୋଗ ସଠିକ୍ ଭାବେ ହେଉନଥିବାରୁ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଗରପଡ଼ା ମହାବିଦ୍ୟାଳୟ ଠାରେ । ଉକ୍ତ ମହାବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ ନିୟମର ଖୋଲା ଉଲଘଂନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ;ଏହି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ନିମନ୍ତେ ୫-ଟି ଯୋଜନା ମାଧ୍ୟମରେ ୧କୋଟି ୨୫ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ନୂତନ ଗୃହ ନିର୍ମାଣ ନିମନ୍ତେ ପରିସରରେ ଥିବା ପୁରୁଣା ଗୃହ ଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା । ଏଥିରୁ ବାହାରି ଥିବା ସାମଗ୍ରୀଗୁଡ଼ିକର ନିଲାମରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ପୁରୁଣା ସାମଗ୍ରୀ ନିଲାମ ପାଇଁ ଥିବା କମିଟି ମୁଖ୍ୟଙ୍କ ଅଗୋଚରରେ ଓ ବିନା ସହମତିରେ ଏହି କାର୍ଯ୍ୟ ହୋଇଛି ବୋଲି କମିଟି ମୁଖ୍ୟ ପ୍ରକାଶ କରିଥିବା ବେଳେ ଏହି ସାମଗ୍ରୀ ନିଲାମ ହେବ ବୋଲି କୌଣସି ସାଧାରଣ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ଯାହାକି ସରକାରୀ ନିୟମର ଖୋଲା ଉଲଘଂନ କରାଯାଇଥିବା ଅଭିଯୋଗ ହେଉଛି । ସାମଗ୍ରୀଗୁଡ଼ିକର ମାନ ନିର୍ଦ୍ଦାରଣ କରାନଯାଇ ଶସ୍ତା ଦରରେ ବିକ୍ରି କରାଯାଇଥିବାରୁ ଏହା କଲେଜର କ୍ଷତି ପହଂଚାଇଛି ବୋଲି ଅଭିଯୋଗମାନ ହେଉଛି ।

Photo2 For The News Of Agarpara College

ଗତ ୧୦ତାରିଖରେ ନିଲାମଧାରୀମାନଙ୍କୁ ଏହି ସାମଗ୍ରୀଗୁଡ଼ିକୁ ହସ୍ତାନ୍ତରକୁ କର୍ମଚାରୀମାନେ ବିରୋଧ କରିବାରୁ ତରବରିଆ ଭାବେ ୧୨ ତାରିଖରେ ନିଲାମଧାରୀ ମାନଙ୍କୁ ରସିଦ୍ ଦିଆଯାଇଥିବାର ଜଣାପଡ଼ିଛି । ଏବଂ ପରବର୍ତ୍ତୀ ସମୟରେ ସରକାରୀ ନିୟମାନୁସାରେ କାର୍ଯ୍ୟ କରାଯିବ ବୋଲି ୧୩ତାରିଖରେ ଏକ ବୈଠକରେ ସ୍ଥିର କରାଯାଇଥିବା ଜଣାପଡ଼ିଛି । ଏହିପରି ଅନିୟମିତତାକୁ ନେଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଯୋଗୋଯୋଗ କରିବାରୁ ତାଙ୍କ ଉତ୍ତର ସନ୍ତୋଷ ଜନକ ନଥିଲା । କାରଣ ଏହିସବୁ କାର୍ଯ୍ୟପାଇଁ କମିଟି ଗଠିତ ହୋଇଥିବା ବେଳେ କମିଟି ମୁଖ୍ୟଙ୍କ ଅଗୋଚରରେ ଏବଂ ତାଙ୍କ ବିନା ସହମତିରେ କେଉଁ ସ୍ୱାର୍ଥରେ ଅଧ୍ୟକ୍ଷ ଅନ୍ୟ କିଛି କର୍ମଚାରୀଙ୍କ ସହାୟତାରେ ଏହିପରି ଅନିୟମିତତା କଲେ ତାହା ସନ୍ଦେହ ସୃଷ୍ଟି କରୁଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।