Screenshot 2024 07 16 181912 686x430

ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍

State

ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବା ଦରକାର । ନହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି । ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଯାଞ୍ଚ କରାଗଲେ ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।