- ପ୍ରଥମ ସେମିଫାଇନାଲରେ ୟୁନିଅନ ସ୍ପୋର୍ଟିଂ କଟକ ବିଜୟୀ
ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମ୍ରେ ଟିଲୋ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ର ୮ମ ଦିବସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିଅନ ସ୍ପୋର୍ଟିଂ କଟକ ୱଣ୍ଡର ସିମେଣ୍ଟ ରାଜସ୍ଥାନକୁ ୧୪ ରନରେ ପରାସ୍ତ କରି ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ ୟୁନିଅନ ସ୍ପୋର୍ଟିଂ କଟକ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ସର୍ବେଶ୍ୱର ମହାନ୍ତି ୨୭ଟି ବଲରୁ ୪୫ ରନ ଓ ଜ୍ୟୋତିରଂଜନ ଦଳାଇ ୩୩ ବଲରୁ ୩୮ରନ ସଂଗ୍ରହ କରିଥିଲେ । ୱଣ୍ଡର ସିମେଣ୍ଟର ହିତେଶ ପଟେଲ ୪ ଓଭର ବୋଲିଂ କରି ୨୪ ରନ ବିନିମୟରେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୱଣ୍ଡର ସିମେଣ୍ଟ ରାଜସ୍ଥାନ ୨୦ ଓଭରରେ ୬ ୱିକେଟ ହରାଇ୧୩୮ରନ ସଂଗ୍ରହ କରି ବାକୁ ସମର୍ଥ ହୋଇଥିଲା । ଫଳରେ ୟୁନିଅନ ସ୍ପୋର୍ଟିଂ କଟକ ୧୪ ରନରେ ବିଜୟ ଲାଭ କରିଥିଲା । ୟୁନିଅନ ସ୍ପୋର୍ଟିଂ କଟକର ବାଦଲ ବିଶ୍ୱାଳ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ଗୋଟିଏ ମାତ୍ର ୱିକେଟ ହାସଲ କରିଥିଲେ ।
ୟୁନିଅନ ସ୍ପୋର୍ଟିଂ କଟକର ସର୍ବେଶ୍ୱର ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚ ରେଫରି ଦାଇତ୍ୱ ପୂର୍ଣ୍ଣେନ୍ଦୁ ଜେନା ନିର୍ବାହ କରିଥିବା ବେଳେ ଓସିଏ ପ୍ୟାନେଲ ଅମ୍ପାୟାର ଶାନ୍ତନୁ ରାଉତ ଓ ଶରତ ଜେନା ମ୍ୟାଚ୍ ପରିଚାଳନା କରିଥିଲେ । ତପନ ମଜୁମ୍ଦାର, ଏମଡ଼ି ରସିଦ,ସୁବ୍ରତ ପୃଷ୍ଟି ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଦାଇତ୍ୱ ମଳୟ କୁଅଁର,ମାଧବାନନ୍ଦ ବିଶ୍ୱାଳ,ପ୍ରସନ୍ନଜିତ ରାଜ,ପ୍ରସନ୍ନଜିତ ସ୍ୱାଇଁ ପ୍ରମୁଖ ନିର୍ବାହ କରିଥିଲେ । ମାନ୍ୟବର ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଟିଲୋ ସରପଂଚ ସଂଗ୍ରାମ କେଶରୀ ଜେନା,ଷେଣ୍ଢତିରା ସରପଂଚ ପ୍ରଶାନ୍ତ ଦାସ,ଇଂ ଲକି ମାଷ୍ଟର ସ୍ୱାଇଁ,ଇଂ ଏଲ ଅମରଜିତ ସ୍ୱାଇଁ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ ରମାକାନ୍ତ ପାଣିଗ୍ରାହୀ, ଆସୋସିଏଶନର ସମ୍ପାଦକ ଅସିତ୍ କର,ଶଙ୍କର୍ଷଣ ଧଳ, ପ୍ରେମାନନ୍ଦ ବେହେରା, ସୁରେନ୍ଦ୍ର ନାୟକ, ଦୋଳଗୋବିନ୍ଦ ଲେଙ୍କା, ପ୍ରେମାନନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ ।