ବ୍ରହ୍ମଚାରୀ ସଂସ୍କୁତ ବିଦ୍ୟାଳୟ ଦିଗଦର୍ଶନ ସଭା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତରେ ଅବସ୍ଥିତ ବ୍ରହ୍ମଚାରୀ ସଂସ୍କୁତ ବିଦ୍ୟାଳୟର ଦିଗଦର୍ଶନ ସଭାଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନପଣ୍ଡିତ ଦେବେନ୍ଦ୍ର କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ଭୂକ୍ତ ଗୌରୀ ଛାତ୍ରାବାସରେ ଥିବା ଅନୁସୂଚିତ ବର୍ଗର ପିଲାମାନଙ୍କୁ ଭେଟି ଭଦ୍ରକ ଜିଲ୍ଲା ମଙ୍ଗଳ ଅଧିକାରୀ ସଲୁ କୁମାର ଟୁଡୁ ବ୍ୟକ୍ତିଗତ ଭାବେ ଉଦବୋଧନ ଦେଇଥିଲେ ଓ ଦଶମ ଶ୍ରେଣୀର ବିଦାୟ କଳିନ ପିଲାମାନଙ୍କର ଭଲମନ୍ଦ ବୁଝିବା ସଙ୍ଗେ ସଙ୍ଗେ ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ସୁପରାମର୍ଶ ଦେଇଥିଲେ । ମେନେଜିଙ୍ଗ କମିଟି ସଭାପତି ପୀତବାସ ପଣ୍ଡା,ସାଧନକେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ସାହୁ, ପ୍ରାକ୍ତନ ସଂଯୋଜକ ପ୍ରଫୁଲ୍ଲ କୁମାର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ପୁନାଗୀ ମୁର୍ମୁ ବୈରୀ ଗଞ୍ଜନ ଥଟେଇ, ବିଜୟ କୁମାର ପାଣିଗ୍ରାହୀ ,ସୁକାନ୍ତି ଧ୍ରୁପତି ,ସବିତା ସାହୁ, ସସ୍ମିତା ପଣ୍ଡା, କୈଳାଶ ଚନ୍ଦ୍ର ଚୌଧୁରୀ, ରବୀନ୍ଦ୍ର କୁମାର ବାରିକ, ବୁଦ୍ଧଦେବ ସ୍ୱାଇଁ, ବଳରାମ ବେହେରା ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଦସ୍ୟ /ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।