ବାରିପଦା: ଚଳିତ ଜାନୁଆରୀ ମାସ ୪ ଓ ୫ ତାରିଖ ଝାରସୁଗଡା ଜିଲା ବେଲପାହାର ଠାରେ ଅନୁଷ୍ଠିତ ହୋଇଥିବା ଉତ୍କଳ ଶ୍ରୀ ୨୦୨୪-୨୫ ତଥା ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ମୟୁରଭଞ ବଡିବିଲ୍ଡିଙ୍ଗ ଏସୋସିଏସନ ତରଫରୁ ମନୋନୀତ ହୋଇଥିବା ମୟୁରଭଞ୍ଜ ଜମ୍ନାସିୟମର ସଦସ୍ୟ ପ୍ରବୀର ବେହେରା (୫୫ କେଜି ବର୍ଗ) ଏବଂ ବାପୁନ ବେହେରା (୭୫ କେଜି ବର୍ଗ) ରେ ମୟୁରଭଞ ଜିଲା ତରଫରୁ ପ୍ରତିନିଧିତ୍ୱ କରି ଯଥାକ୍ରମେ ପ୍ରଥମ ସ୍ଥାନ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରି ସ୍ୱନ୍ନ ଓ ରୈାପ୍ୟ ପଦକ ବିଜେତା ହୋଇଛନ୍ତି । ପ୍ରବୀର ଏବଂ ବାପୁନ ଙ୍କ ଏହି ସଫଳତା କୁ ନେଇ ଜିଲାର କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଅଛି । ଏହି ଅବସରରେ ଆଜି ଅପରାହ୍ନରେ ମୟୁରଭଞ ଜିମ୍ନାସିୟମ ପରିସରରେ ମୟୁରଭଞ ଜିଲା ବଡିବିଲ୍ଡିଙ୍ଗ ଏସୋସିଏସନ ର ସଭାପତି ନବ କୁମାର ସାହୁ , ସଂପାଦକ ରବୀନ୍ଦ୍ର କୁମାର ମହାନ୍ତି , ଯୁଗ୍ମ ସଂପାଦକ ସୁମିତ କୁମାର ସାହୁ , ସହ ସଂପାଦକ ସତ୍ୟବ୍ରତ ବେହେରା , ସଦସ୍ୟ ନିତେଶ ବାରିକ , ଅଭିଶେକ ସାହୁ , ଚନ୍ଦ୍ରଶେଖର ବାଗ , ଆଦିତ୍ୟ ନାଏକ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ ପ୍ରବୀର ଏବଂ ବାପୁନ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି । ସୂଚନା ଯୋଗ୍ୟ କି ପୂର୍ବରୁ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଏବଂ ଶକ୍ତଉତ୍ତୋଳନ ପ୍ରତିଯୋଗିତାରେ ମୟୁରଭଞ ଜିମ୍ନାସିୟମ ର ଖେଳାଳି ଅଂଶ ଗ୍ରହଣ କରି ଅନେକ ଥର ସଫଳତା ହାସଲ କରିଛନ୍ତି ।