Onn 3

ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ମନ୍ଦିରରେ ବନମହୋତ୍ସବ ଓ ଚାରା ରୋପଣ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ପୂର୍ବାହ୍ନରେ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ସଚେତନତା ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରିଚାଳନା କମିଟି ସଭାପତି ଦୀପାଞ୍ଜଳୀ ମିଶ୍ର ଙ୍କ ମାର୍ଗଦର୍ଶନରେ ଶିଶୁ ମନ୍ଦିର ପରିସର ଏହାର ସମ୍ମୁଖ ରେ ଥିବା କେନାଲ ବନ୍ଧ ରାସ୍ତା ପାଶ୍ୱର୍ରେ ବିଭିନ୍ନ ପ୍ରକାର ଫୁଲ, ପଳ ଓ ଔଷଧୀୟ ଚାରା ରୋପଣ କରାଯାଇଛି ।

ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲ୍ଲିକ ଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ତପନ କୁମାର ଦାଶ , ଉପସଭାପତି ଅଶୋକ କୁମାର ମହାପାତ୍ର, ସହ ସମ୍ପାଦିକା ବିଦ୍ୟୁଲତା ପଣ୍ଡା ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣର ଉପାଦେୟତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ କର୍ମକର୍ତ୍ତା , ସମସ୍ତ ଗୁରୁଜୀ ଗୁରୁମା , ଅଭିଭାବକ ଯୋଗ ଦେଇ ମୋଟ ୪୮୭ଟି ଚାରା ରୋପଣ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟ ଚାରା ରୋପଣ କରିବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।