ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ ଏନଡିଏ ବିରୋଧି ମହାମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।
ଏହାପରେ ବିରୋଧି ମେଣ୍ଟ ହତାଶ ହୋଇପଡିଛି। ନିଜର ଅସ୍ତିତ୍ବ ରକ୍ଷାକରିବା ଚିନ୍ତାରେ ରହିଛନ୍ତି । ଗଣ ମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଜବାବ ଦେଇପାରୁନଥୁବା ବିରୋଧି ଶେଷରେ ସାମ୍ବାଦିକଙ୍କ ଉପରେ ରାଗ ରଖି ବୟକଟ କରିବାନେଇ ତାଲିକା ପ୍ରସ୍ତୁତ କରିବା ଘଟଣା ସେମାନଙ୍କ ହତାଶ ଭାବର ପରିଚୟ ଦେଉଛି।ଏଭଳି ମାନସିକତା ଦେଶପାଇଁ ଶୁଭଙ୍କର ନୁହେଁ । ମେଣ୍ଟର ଏଭଳି ଆଭିମୁଖ୍ୟ ଦେଶବାସୀଙ୍କ ପାଇଁ ଚିନ୍ତାଜନକ ଓ ବିପଦଜନକ ବୋଲି ଅପରାଜିତା କହିଛନ୍ତି ।
ଆଜି କୋରାପୁଟ ଗସ୍ତରେ ଆସିଥିବାବେଳେ ଜୟପୁର ଠାରେ ମତବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ କୋରାପୁଟ ଗସ୍ତରେ ଆସି ହୀରାଖଣ୍ଡ ଟ୍ରେନ ଯୋଗେ କୋରାପୁଟ ପହଂଚିଥିଲେ । କୋରାପୁଟ ରେଳ ଷ୍ଟେସନରେ ଜିଲ୍ଲା ବିଜେପି ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋରାପୁଟ ରୁ ମାଲଜାନଗିରି ଜିଲ୍ଲା ଗୋବିନ୍ଦପାଲି ଗସ୍ତରେ ଯାଇଛନ୍ତି ।