Onn 3

ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ହେଲେ ପଣ୍ଡିତ ଭରତ ନାୟକ

State

ଆଗରପଡ଼ା:ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତ ଅର୍ନ୍ତଗତ ବୌଳଢୀ ଗ୍ରାମର ପଣ୍ଡିତ ଭରତ ନାୟକଙ୍କୁ ରାଜ୍ୟପାଳ ପୁରୀ ସ୍ଥିତ ରାଜଭବନରେ ବୃହଷ୍ପତି ସମ୍ମାନରେ ସମ୍ମାନୀତ କରିଛନ୍ତି । କୋଣାର୍କ ଯଜ୍ଞର ମୁଖ୍ୟ ପୁରୋଧା ଓ ସୌରଶ୍ରୀ ବୈଦିକ ଶିକ୍ଷାନୁଷ୍ଠାନ ମୁଖ୍ୟ ଗୁରୁଜୀ ଭାବେ ସେ ସୂଚାରୁଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିବାରୁ ତାଙ୍କୁ ଏହି ସମ୍ମାନ ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ପଣ୍ଡିତ ଭରତ ଜଣେ ଜ୍ୟୋତିଷଶାସ୍ତ୍ର ବିଶାରଦ ଅଟନ୍ତି । ଜାତକ ଗଣନା କରିବାରେ ପାଣ୍ଡିତ୍ୟ କୁ ନେଇ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଏକୋଇସିଆ ହେଉ ଅବା ବିବାହ କାର୍ଯ୍ୟ ହେଉ,ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତାଙ୍କୁ ଲୋକେ ଖୋଜିଥାନ୍ତି ।