Onn 3

ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ

Politics State

prad

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ ବିଧାୟକ ପଦବୀରେ ଅଛନ୍ତି । ତେଣୁ ସେ ସରକାରୀ କାର୍ଯ୍ୟକ୍ରମକୁ ଯିବେ ବୋଲି କହିଛନ୍ତି । ସେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇ କହିଛନ୍ତି, ‘ମୋ ନିର୍ବାଚନମଣ୍ଡଳୀକୁ ମୁଁ ଯିବି, କିଏ ରୋକିବ ଦେଖିବା  ।’ ସେ ଆହୁରି କହିଛନ୍ତି,  ତାଙ୍କୁ ବାଟରେ ରୋକିବା ପାଇଁ ଚେଷ୍ଟା କରାଯିବ । ଯଦି ତାଙ୍କ ଉପରକୁ ଆକ୍ରମଣ କରାଯାଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଦାୟୀ ରହିବେ ବୋଲି ସେ କହିଛନ୍ତି ।  ତଥାପି ବିଧାୟକ ପାଣିଗ୍ରହୀଙ୍କୁ ବିଜେଡି କର୍ମୀମାନେ କନିଷିଠାରେ ଅଟକାଇଥିବା ଦେଖିବାକୁ ମିଳିଛି । ବିଧାୟକ ବ୍ରହ୍ମପୁର ଯାଉଥିବାବେଳେ ତାଙ୍କୁ ଅଟକା ଯାଇଥିବା ଜାଣିବାକୁ ମିଳିଛି ।

ଅନ୍ୟପକ୍ଷେ ୫ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ  ବିଜେପି ପକ୍ଷରୁ ମଧ୍ୟ କଡା ବିରୋଧ କରାଯାଇଛି । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନ ହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗଙ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଥିବାବେଳେ ୫ଟି ସଚିବଙ୍କ ୨ କିମି ରାସ୍ତାକୁ ହେଲିକପ୍ଟରରେ ଯିବା ଘଟଣାକୁ ନେଇ ବର୍ଷିଛି ବିଜେପି । ତେବେ କିଛି ଅଘଟଣ ଆଶଙ୍କାରେ ପୋଲିସ ୫ଟି ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଜେପି ନେତା ତଥା ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ଉଠାଇ ନେଇଛି । ଆଲୋକ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇ ନେଇଛି ପୋଲିସ ।

୫ଟି ସଚିବଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧଭାସ ଦେଖିବାକୁ ମିଳିଛି ଗଞ୍ଜାମରେ   । ସଭାସ୍ଥଳଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ପାଣ୍ଡିଆନ ବିରୋଧୀ ସ୍ଲୋଗାନମାନ ଲେଖାଯାଇଥିବା ଦେଖା ଯାଇଛି । ବିରୋଧ ସତ୍ତ୍ୱେ ପାଣ୍ଡିଆନ ଗଞ୍ଜାମରେ ପହଞ୍ଚି କବିସୂର୍ଯ୍ୟ ନଗରରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି ।  ମିଳିଥିବା ଶେଷ ସୂଚନା ଅନୁସାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କନିଷିଠାରେ ବିଜେଡି କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି ।


Post Views: 7