Onn 3

ସୂଚନା ଅଧିକାର ଆଇନକୁ ଅବମାନନା, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୂଚନା ଆୟୋଗଙ୍କ ନିର୍ଦ୍ଦେଶ

State

ଆଗରପଡ଼ାଅ:ସୂଚନା ଅଧିକାର ଆଇନକୁ ଅବମାନନା କରିଥିବା ଅଭିଯୋଗରେ ଜନ ସୂଚନା ଅଧିକାରୀ ଓ ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ସୂଚନା ଆୟୋଗ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଳା ତିହିଡ଼ି ବ୍ଲକରେ । ସୂଚନା ଅନୁଯାୟୀ;ବର୍ଷ ୨୦୧୯ ଫେବୃଆରୀ ମାସ ୨୮ ତାରିଖରେ ସୂଚନା ଅଧିକାର କର୍ମୀ ବିକାଶ ଧଳ ତିହିଡ଼ି ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ ବ୍ଲକର କିଛି ତଥ୍ୟ ପ୍ରଦାନ ପାଇଁ ଆବେଦନ କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନ ସୂଚନା ଅଧିକାରୀ ତଥ୍ୟ ପ୍ରଦାନ ନ କରିବାରୁ ସେ ପ୍ରଥମ ଅପିଲ କରିଥିଲେ । ପ୍ରଥମ ଅପିଲରେ ମଧ୍ୟ କୌଣସି ତଥ୍ୟ ନ ପାଇବାରୁ ଶ୍ରୀ ଧଳ ୨ୟ ଅପିଲ(୧୯୬୮/୨୦୧୯) ସୂଚନା ଆଯୋଗଙ୍କ ଠାରେ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଗତ ୧୬ ତାରିଖରେ ସୂଚନା ଆୟୋଗ ତତ୍କାଳୀନ ଜନସୂଚନା ଅଧିକାରୀ ତଥା ବର୍ତ୍ତମାନର ଡ଼ବ୍ଳ୍ୟୁଇଓ ଫର୍ମ-କ କୁ ଗ୍ରହଣ କରିଥିବା ଅସ୍ୱୀକାର କରିବାରୁ ତାଙ୍କୁ ୧୫ ଦିନ ମଧ୍ୟରେ ଉକ୍ତ ବିଷୟ ବସ୍ତୁକୁ ନେଇ ଏକ ଶପଥପାଠ କରି ଏହାକୁ ଆୟୋଗଙ୍କ ପାଖରେ ତାଲିକା ଭୂକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏବଂ ବିଡ଼ିଓଙ୍କୁ ରାଜ୍ୟ ସୂଚନା ଅଧିକାର ଆଇନ ଅନୁସାରେ ପ୍ରଶାସନୀୟ ତଦନ୍ତ କରି ସୂଚନା ମାଗିଥିବା ଶ୍ରୀ ଧଳଙ୍କ ଫର୍ମ-କ କୁ ବ୍ଲକ ୍‌କାର୍ଯ୍ୟାଳୟ କିମ୍ବା ତତ୍କାଳୀନ ଜନ ସୂଚନା ଅଧିକାରୀ କେଉଁ କାରଣରୁ ଗ୍ରହଣ କରି ନଥିଲେ ତାହାର ଉତ୍ତର ଖୋଜିବା ସହ କାର୍ଯ୍ୟରେ ଏହିପରି ଅବହେଳା କରିବା କୌଣସି କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନା ନକରିବା ଓ ଭ୍ରମ ସୃଷ୍ଟି କରିଥିବା ଅଧିକାରଙ୍କ ଉପରେ ଯୁକ୍ତିଯୁକ୍ତ ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ହେବା ସହ ନେଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ଆୟୋଗଙ୍କ ପାଖରେ ୨ମାସ ମଧ୍ୟରେ ତାଲିକା ଭୂକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଶେଷରେ ସୂଚନା ଆୟୋଗ ଜିଲ୍ଲାପାଳଙ୍କୁ ଉକ୍ତ ଆଦେଶର ଏକ କିତା ନକଲ ପଠାଇବାପାଇଁ ଆଦେଶ ଦେବାସହ ଉକ୍ତ ଆଦେଶ ଅନୁସାରେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।