Sandha

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଷଣ୍ଢ ମୃତ୍ୟୁ

State

ବନ୍ତ/ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ବସନ୍ତିଆ ବଜାରରେ ବିଦ୍ୟୁତ୍ ଆଘାତରେ ଏକ ଷଣ୍ଢର ଶୋଚନୀୟ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ;ବସନ୍ତିଆ ବଜାର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ କୌଣସି କାରଣ ବସତଃ ଚାର୍ଜ ହୋଇଯିବାରୁ ଷଣ୍ଢଟି ଉକ୍ତ ଖୁଣ୍ଟ ସଂସ୍ପର୍ଶରେ ଆସି ମୁତ୍ୟୁ ବରଣ କରିଥିଲା । ଉକ୍ତ ଷଣ୍ଢକୁ ରକ୍ଷା କରିବାକୁ ଯାଇ ସ୍ଥାନୀୟ ଅଂଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଦୂର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ବଜାରରେ ଉତ୍ତେଜନା ଦେଖାଯାଇଥିଲା । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏହିପରି ଦୂର୍ଘଟଣା ଘଟିଥିବା ଜଣାପଡ଼ିଛି ।