Rwe

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ବନ୍ତ/ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ବରହମପୁର ସ୍ଥିତ ବିବିଦାସ ନୋଡ଼ାଲ ଉପ୍ରା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷାବିତ୍ ମଧୁସୂଦନ ଘଡ଼ାଇ ସଭାପତିତ୍ୱ କରିଥିବା ବେଳେ । ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ,ସିଆରସିସି ଗିରିଜା ଶଙ୍କର ଲେଙ୍କା,ସରପଂଚ ସତ୍ୟଭାମା ଧଳ,ସମିତିସଭ୍ୟା ନିରୁପମା ରାଉତ,ସମାଜସେବୀ ସନ୍ତୋଷ ନାୟକ,ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆନନ୍ଦ ରାଉତ,ବିଦ୍ୟାଳୟ ପ୍ରତିଷ୍ଠାତା ଚକ୍ରଧର ଦାସ,ଶିକ୍ଷାବିତ୍ ନିଗମାନନ୍ଦ ମିଶ୍ର,ପ୍ରଫୁଲ୍ଲ ପୁହାଣ,ନରେନ୍ଦ୍ର ବାରିକ,ପର୍ଶୁରାମ ନାୟକ,ସୁବାସ ଚନ୍ଦ୍ର ପଣ୍ଡା,ଖଗେଶ୍ୱର ପ୍ରଧାନ,ମନୋଜ ରାଉଳ,ହରିହର ପାଣିଗ୍ରାହୀ,ଭଗବାନ ନାୟକ,ସୁବାସ ଜେନା,ପରିଚାଳନା କମିଟି ସଭାପତି ଅମୂଲ୍ୟ ପଣ୍ଡା,ମୋ ସ୍କୁଲ ଅଭିଯାନ କମିଟି ସଭାପତି ରାଜକିଶୋର ଘଡ଼ାଇ,ପ୍ରଦୀପ ବାରିକ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ,ଜାତୀୟ ସଙ୍ଗୀତ ଗାନ,ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ଜେନାଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ରାଜେନ୍ଦ୍ର ପାତ୍ର,କଲ୍ଲୋଳପ୍ରଭା ବାରିକ,ସ୍ମିଧା ନାୟକ,ନିଶିକାନ୍ତ ଜେନା, ଆରତୀ ସେଠୀ,ନିବେଦିତା ସାହୁ,ଶରତ ପାଣିଗ୍ରାହୀ,ହୃଷୀକେଶ ଦାସ,ବୀରଭଦ୍ର ପଣ୍ଡା,ଜୟନ୍ତୀ ଦାସ,ମାୟାଧର ଜେନା,ଶ୍ରୀଧର ବାରିକ,ପରିଚାଳନା କମିଟି ସଦସ୍ୟ,ସଦସ୍ୟା,ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ ।