Erw

‘ଓଡ଼ିଶା ସଂଗୀତ ନାଟକ ଶିକ୍ଷା କେନ୍ଦ୍ର’ ମହାସମାରୋହରେ “ମେଗା ଉତ୍ସବ “ଧୂମଧାମରେ ପାଳିତ

State

ବାରିପଦା – ମନ୍ଦିର ସାହି ବସ୍ତି କଲୋନୀରେ ପାଳିତ ନବବର୍ଷ ଅବସରରେ’ ମେଗା ଉତ୍ସବ’ ବସ୍ତିରେ ବସବାସ କରୁଥିବା ପଙ୍କରେ ପଦ୍ମ କଳିକା ମାନଙ୍କ ର ବିକାଶ ସାମାଜିକ ସ୍ରୋତରେ ସାମିଲ କରିବା ଓ ପ୍ରତିଭା କୁ ସାଉଁଟିବାର ପ୍ରୟାସ ର ମାଧ୍ୟମ ହେଉଛି” ମେଗା ଉତ୍ସବ “କାର୍ଯ୍ୟକ୍ରମ । ଯେଉଁ ମନେ କି ପ୍ରଷ୍ପୁଟିତ ହେବାକୁ ଆତୁର ଓ ବ୍ଯାକୁଳ ପଦ୍ମ ଯେମିତି ପ୍ରକାଶ ପାଇଁ ସୂର୍ଯ୍ଯ କୁ ଖୋଜେ ଠିକ୍ ସେମିତି ସଙ୍ଗୀତ ନାଟକ ଶିକ୍ଷା କେନ୍ଦ୍ର ସେମାନଙ୍କ ପାଇଁ ସୂର୍ଯ୍ଯ ହୋଇ ଉଜ୍ଜ୍ବଳ ଜ୍ଞାନାଲୋକ ବିଛୁରଣ କରି ଅଜ୍ଞାନ ଅନ୍ଧକାର କୁ ବିଦୁରିତ କରିବାର ପରିକଳ୍ପନାର ମାଧ୍ୟମ ହେଉଛି ଅନ୍ଯାନ୍ଯ କାର୍ଯ୍ୟକ୍ରମ ମେଗା ଉତ୍ସବ । କାର୍ଯ୍ୟକ୍ରମରେ ଅତିଥିଗଣକୁ ସ୍ବାଗତ କରିବାର ପଂରମ୍ପରା ହେଉଛି ନିଆରା ପରାମ୍ପରା ରହିଛି ।

“ମେଗା ଉତ୍ସବ” ର ମୁଖ୍ଯ ଅତିଥି ଭାବେ ପୌରାଧ୍ଯକ୍ଷ ଅଭିଷେକ ପଟନାୟକ , କଥାଶିଳ୍ପୀ ଲଳିତ ମହାନ୍ତ,ଝରାଡିହି ବାଳିକା ଉଚ୍ଚ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ମୃତିରଞ୍ଜନ ପାଣି , ସମାଜ ସେବୀ ବିଜୟ କୁମାର ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ “ମେଗା ଉତ୍ସବ ” ପ୍ରତିଷ୍ଠାତା ତଥା ସଂଗୀତ ନାଟକ ଶିକ୍ଷା କେନ୍ଦ୍ରର ଅଧ୍ଯକ୍ଷ ମେଘନାଦ ହେମ୍ବ୍ରମ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିବା ସହିତ ବିଗତ ୩ ବର୍ଷର ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ସମ୍ପର୍କରେ ବଖାଣିଥିଲେ । ମୁଖ୍ଯ ଅତିଥି ଗଣ କହିଥିଲେ ଉତ୍ସବ ସଂପର୍କ, ବନ୍ଧୁତ୍ୱ,ଭାଇଚାରା,ଆତ୍ମିୟତା ସୃଷ୍ଟି କରେ । ବସ୍ତି କଲୋନୀରେ ସୁପ୍ତ କଳିକା ମାନଙ୍କୁ ସମାଜର ପ୍ରଗତି ରଥରେ ଆଗେଇ ନେବା ସମସ୍ତଙ୍କ ର ଦାୟିତ୍ଵ ।ଅଭିଷେକ ପଟ୍ଟନାୟକ ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ସମସ୍ୟା ଜମି ଓ ଗୃହ ପାଇଁ ସେ ସଦା ସର୍ବଦା ଚେଷ୍ଟିତ । କଲୋନୀ ସାହିର ବାସିନ୍ଦାଙ୍କ ଉଦ୍ଦେଶ୍ଯ ରେ କହିଥିଲେ ମୋ ପୌରପରିଷଦ ଅନ୍ତର୍ଗତ ରେ ବସବାସ କରୁଥିବା ପ୍ରତ୍ୟେକ ବ୍ଯକ୍ତି ଙ୍କ ପ୍ରତି ମୋର ଭଲ ପାଇବା ରହିଛି ଓ ରହିଥିବ ମଧ୍ଯ । ମୁଖ୍ଯ ବକ୍ତା ଲଳିତ ମହାନ୍ତ ବସ୍ତିରେ ମେଗା ଉତ୍ସବ କୁ ପଙ୍କରେ ପଦ୍ମ କହି କଳିକା ମାନଙ୍କୁ ସମ୍ବୋଧିତ କରିଥିଲେ । ସମ୍ମାନିତ ଅତିଥି ଶିକ୍ଷାବିତ୍ ଶ୍ରୀଯୁକ୍ତ ପାଣି ରକ୍ତଦାନ ମହତ ଦାନ ସମ୍ପର୍କିତ ଆଲୋକପାତ କରିଥିଲେ ଓ ଅତିଥି ବିଜୟ ମୁଖି କଳିକା ମାନଙ୍କ ଉଦ୍ଦେଶ୍ଯରେ କହିଥିଲେ ଜରି ବୋତଲ ଗୋଟାଇବା ଛାଡି ପାଠଶାଳ କୁ ଗଲେ ଆଗାମୀ ଦିନରେ ନିଶ୍ଚିତ କୁଡିଆ ଘରର ସ୍ବପ୍ନ ଛାତ ଘରର ସ୍ବପ୍ନ ସାକାର ହେବ ।ଅତିଥି ଦୀପକ କୁମାର ବେହେରା କହିଥିଲେ କି ବସ୍ତିରେ ବସବାସ କରୁଥିବା ଛାତ୍ରଛାତ୍ରୀ ମାନେ ଯେଉଁ ମାନେ ମାଧ୍ୟମିକ ସ୍କୁଲ ଶିକ୍ଷା ସାରିବା ପରେ ସମସ୍ତ ବସ୍ତିର ପିଲାଙ୍କୁ ମୋ ତରଫରୁ ମାଗଣା କମ୍ପ୍ୟୁଟର ପ୍ରୋଗ୍ରାମ ତାଲିମ ପ୍ରଦାନ କରିବେ ବୋଲି କହିଥିଲେ । ଏହି ଭବ୍ୟ ଉତ୍ସବରେ ୫୯ ଥର ରକ୍ତ ଦାନ କରିଛନ୍ତି ଗତିକୃଷ୍ଣ ମହାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ୨୫ ଜଣ ଗରିବ ଅସହାୟ ବସ୍ତି ଲୋକଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା । ମେଗା ଉତ୍ସବରେ କଳିକା ମାନଙ୍କ ଦ୍ବାରା ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଭରପୁର ମଜା ନେବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ – ଆର୍ ଜେ ମହାନ୍ତ , ରାଜେଶ ପଢ଼ିହାରୀ , ରଜନୀ ଜେନା , ମିନତୀ ଟୁଡୁ , ରିନା କାରୁଆ , ରିମା ବେହେରା , ସାନ୍ତୁନୁ ମୁଖି ପ୍ରମୁଖ ଓ ରିଙ୍ଗ୍ ମାଷ୍ଟର ହେମନ୍ତ ଜେନା , ସୁରଜ କୁମାର ବେହେରା ଓ ତପନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ପରି ଶେଷରେ ସଂଗୀତ କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ରଥ , ନୃତ୍ଯ ଗୁରୁ ସାରଦା ପ୍ରସାଦ ସାହୁ , ଦେବେନ୍ଦ୍ର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ସହଯୋଗରେ ରାଜ୍ ମୁଖି , ସାନ୍ତୁନୁ ମୁଖି ଓ ପେଟୁ ମୁଖ୍ , ରାଜୁ ମୁଖି ଓ ମୋନଜ ମଦକ ଙ୍କ ସହଯୋଗ କରିଥିଲେ l