- ପୁଅର ଶବକୁ ଧରି ରାସ୍ତା ମଝିରେ ବସିଲା ମାଆ, ମୃତକ ପରିବାରକୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ
ବାରିପଦା: ୨୦୨୫ ନବ ଵର୍ଷ ଶୁଭାରମ୍ଭ । ସମସ୍ତେ ଖୁସି ପାଳୁଥିବା ବେଳେ ବିଶୋଇ ଅଂଚଳର ଜୟପାଲ ପୂର୍ତ୍ତିଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଯଶିପୁର ମୂଖ୍ୟ ବଜାର ଉପରେ ଘଟିଛି ମର୍ମନ୍ତୁଦ ଦୂର୍ଘଟଣା । ଘଟଣାସ୍ଥଳରେ ୭ ବର୍ଷର ପୁଅର ମୃତ୍ଯୁ ହୋଇଥିବାବେଳେ ଅଳ୍ପକେ ଵର୍ତିଲେ ମାଆ । ଶିଶୁଟି ଲୌହ ଦାନବ ଟ୍ରକର ପଛ ଚକ ତଳେ ପଡିଯିବାରୁ ଟ୍ରକ ଚକ ମାଡିଯାଇଥିଲା ଓ ଶିଶୁର ପ୍ରାଣବାୟୁ ଉଡି ଯାଇଥିଲା । ଏଭଳି ଏକ ହୃଦଵିଦାରକ,ଛାତିଥରା, ଅଭାବନୀୟ ଦୁଃଖଦ ଘଟଣା ଯାଇଛି । ବିଶୋଇ ବ୍ଳକର ଖଡମଵେଡା ପଞ୍ଚାୟତୟର ଚୁଆକାଙ୍କା ଗ୍ରାମର ଜୟପାଲ ପୂର୍ତୀ ବୁଧଵାର ପୂର୍ବାହ୍ନ ୧୧ ଟା ପାଖାପାଖି ସମୟରେ ନିଜ ବାଇକରେ ଏବଂ ଅନ୍ୟ ଏକ ସ୍କୁଟିରେ ତାଙ୍କର ଧର୍ମପତ୍ନୀ ଓ ତାଙ୍କ ୭ ବର୍ଷର ପୁଅ ନିଜର କର୍ମକ୍ଷେତ୍ର ରରୁଆଁବ୍ଳକ ଅନ୍ତର୍ଗତ କୋଦଳିଧୁଆ ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଭିମୁଖେ ନିଜର କର୍ମକ୍ଷେତ୍ରରେ ଯୋଗଦାନ କରିବାକୁ ବିଶୋଇରୁ ରରୁଆଁ ଅଭିମୁଖେ ଯାଉଥିଲେ । ହଠାତ୍ ଯଶିପୁର ମୂଖ୍ୟ ବଜାର ଦେଇ ଯାଉଥିବା ବେଳେ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ପଛରୁ ଦୃତ ଗତିରେ ଏକ ଟ୍ରକ ଭାରସାମ୍ଯ ହରାଇ ସ୍କୁଟିକୁ ପଛରୁ ପିଟିଥିଲା ।ସ୍କୁଟିରେ ଥିବା ମା ଓ ପୁଅ ଭାରସାମ୍ୟ ହରାଇ ଛିଟିକି ପଡିଥିଲେ ।
ପୁଅ ଟ୍ରକର ପଛ ଚକରେ ପଡିଯାଇ ପେଶି ହେବା ସହ ମୃତ୍ୟୁ ହୋଇଥିଲା । ହୃଦଵିଦାରକ ଦୃଶ୍ୟ ଦେଖି ସାଧାରଣ ଜନତା ଉତେଜିତ ହେବା ସହ ମା ତାର ଏକମାତ୍ର ନର ଶିଶୁପୁତ୍ର କୁ କ୍ଷତିପୂରଣ ଦାବିରେ ରାସ୍ତା ମଝିରେ ୫ ଘଣ୍ଟା ବସି ଯାଇଥିଲେ ।ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନ ଗୁଡିକ ଛିଡ଼ା ହୋଇ ରହିଥିଲା ।ଦୁର୍ଘଟଣାଓ ରାସ୍ତା ଅବରୋଧ ଖବର ପାଇ କରଂଜିଆ ଉପଜିଲ୍ଲାପାଳ ଶ୍ରୀ ପ୍ରମାଂଶୁ ଚାନ୍ଦ,ବିଡିଓ ମାଧବ ଚନ୍ଦ୍ର ବିରୁଆ,ବ୍ଳକ ଅଧ୍ୟକ୍ଷ , ତହସିଲଦାର ଶର୍ମିଷ୍ଠା ସାହୁ ଯଶିପୁର ଥାନାଧିକାରୀଣୀ ସଂଯୁକ୍ତା ସାହୁ,ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ତିରିଲା,ଅନ୍ୟତମ ପ୍ରତିନିଧି ବନୋଜା କାଲୁଣ୍ଡିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରବର୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରାଇଥିଲେ । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୋଏ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଇଂ ଗଣେରାମ ସିଂ ଖୁଣ୍ଟିଆ ଖବର ପାଇ ସ୍ଥାନୀୟ ପ୍ରଶାସନକୁ ମୃତକ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଏବଂ ମନ୍ତ୍ରୀ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କୁ ସୂଚନା ଦେଇଥିଲେ। ସ୍ଥାନୀୟ ପ୍ରଶାସନ ମୃତକ ପରିବାର ଏବଂ ରାସ୍ତା ଅବରୋଧ କରିଥିବା ସାଧାରଣ ଜନତାଙ୍କୁ ଜିଲ୍ଲାପାଳ ଓ ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଉପରେ ସୂଚନା ଦେବା ଫଳରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ବିଶୋଇ ବଜାରଦେଇ ଯାଇଥିବା ବିପର୍ଯ୍ୟସ୍ତ ଜାତୀୟ ରାଜପଥ ୧୪୯ ରେ ବାରମ୍ବାର ଦୁର୍ଘଟଣା , ସ୍ଥାନୀୟ ପ୍ରଶାସନ ର ଖାମ ଖିଆଲ ନୀତି,ବଜାର ଦେଇ ଭାରିଯାନ ଚଳାଚଳ,ଅମାନିଆ ଟ୍ରକ ଚାଳକ କୁ ନେଇ ଯଶିପୁର ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବୃଦ୍ଧି ପାଉଛି ।ଯାହାର ପ୍ରତିଫଳନ ଏହି ଦୁର୍ଘଟଣା ରେ ୫ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଅପରପକ୍ଷରେ ସଡ଼କ ସପ୍ତାହ ସାରା ରାଜ୍ୟରେ ପାଳନ କରାଯାଉଛି ।ହେଲେ ଗୋଟିଏ ପାଖରେ ଧାରା ଅନୁସାରେ ସଡ଼କ ସପ୍ତାହ ପାଳନ ଅପରପକ୍ଷରେ ବାରମ୍ବାର ବେପରୁଆ ଚାଳକ ଯୋଗୁଁ ଦୁର୍ଘଟଣା ତ ପରିବହନ ବିଭାଗର କାମ ଖିଆଲି ନୀତି ତ ଅନ୍ୟ ପକ୍ଷରେ ପରିବହନ ବିଭାଗ,ପୋଲିସ ବିଭାଗ,ସଡ଼କ ନିର୍ମାଣ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ତାଳମେଳ ନ ଥିବା ଯୋଗୁଁ ଦୁର୍ଘଟଣା ଘଟୁଛି କେହି ଉତ୍ତରଦାୟୀ ହେବାକୁ ପ୍ରସ୍ତୁତ ନୁହନ୍ତି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।