Img 20250225 Wa0241

ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି

State

ବାରିପଦା  :ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରନ୍ନତତ୍ତ୍ୱବିତ୍ ଐତିହାସିକ ତଥା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ କ୍ୟୁରେଟର ପଦ୍ମଶ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ 38 ତମ ପୂଣ୍ୟ ତିଥି ଅବସରରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି । ଆମେ ମୟୁରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନ କ୍ରମେ ପୂଜ୍ୟପୂଜାର ପରମ୍ପରା କୁ ଅକ୍ଷୁଣ୍ଣ ରଖିବା ପାଇଁ ବରପୁତ୍ରଙ୍କୁ ସମ୍ମାନ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇ ସଂସ୍କୃତି ଭବନ ପରିସରରେ ଥିବା ଡ଼ଃ ପାଣିଗ୍ରାହୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରାସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରାସାଦ ସେଠୀ ଯୋଗ ଦେଇଥିଲେ l ଶ୍ରୀ ଚୌଧୁରୀ ଡ଼ଃ ପାଣିଗ୍ରାହୀ ଙ୍କ କୃତୀ ଓ କୀର୍ତ୍ତି ବାବଦରେ ଆଲୋକ ପାତ କରିବା ସହ ସେ ଜଣେ ପ୍ରଖ୍ୟାତ ଐତିହାସିକ ତଥା ସୁ ସାହିତ୍ୟିକ ବୋଲି କହିବା ସହ ତମାମ ମୟୁରଭଞ୍ଜିଆ ଙ୍କ ପାଇଁ ଗର୍ବ ଏବଂ ଗୌରବ ବୋଲି କହିଥିଲେ l ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଡ଼ଃ ତରୁଣ କୁମାର ଓଝା ଡ଼ଃ ପାଣିଗ୍ରାହୀ ଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଉତ୍ତର ପିଢ଼ି ଙ୍କ ପାଖରେ ପହଞ୍ଚାଇ ଵାକୁ ହେଲେ ତାଙ୍କ କୃତୀ ବାବଦରେ ଅଧିକ ରୁ ଅଧିକ ପ୍ରଚାର ପ୍ରସାର ର ଆବଶ୍ୟକତା ଅଛି ବୋଲି କହିଥିଲେ l ଏହି ଅବସରରେ ଉପସ୍ଥିତ ଅନ୍ୟମାନେ ଡ଼ଃ ପାଣିଗ୍ରାହୀ ଙ୍କ ସାମଗ୍ରିକ ସାହିତ୍ୟ କୃତୀ ଓ ତାଙ୍କର ପ୍ରତନାତାତ୍ତ୍ୱିକ ଗବେଷଣା ଉପରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ପ୍ରଖ୍ୟାତ ଐତିହାସିକ ଓ ପ୍ରାବନ୍ଧିକ ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରେ 1909 ମସିହା ଡିସେମ୍ବର 19 ତାରିଖରେ ଜନ୍ମଗ୍ରହଣ କରି ଥିଲା ବେଳେ 1987 ମସିହା ଫେବୃଆରୀ 25 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା l

ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ଵ ଗବେଷଣାରେ ଜଡିତ ରହି ବହୁ ନୂତନ ଐତିହାସିକ ତଥ୍ୟର ସେ ସନ୍ଧାନ ଦେଇଥିଲେ । ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ’ ବିଷୟରେ ଇଂରାଜୀରେ ଲିଖିତ ତାଙ୍କର ଗବେଷଣାଗ୍ରନ୍ଥ ଅତ୍ୟନ୍ତ ଉପାଦେୟ ସୃଷ୍ଟି । ସତ୍ୟ ସହିତ ତଥ୍ୟର ସମନ୍ଵୟ, ଅକାଟ୍ୟ ଯୁକ୍ତି ଓ ସରଳ ବୋଧଗମ୍ୟ ଭାଷାରେ ରଚିତ ତାଙ୍କର ପ୍ରବନ୍ଧଗୁଡ଼ିକ ପାଠକ ଙ୍କୁ ବାନ୍ଧି ରଖେ l ତାଙ୍କ ରଚିତ ପୁସ୍ତକ ଗୁଡିକ ମଧ୍ୟରେ ପ୍ରବନ୍ଧ ମାନସ, ଇତିହାସ ଓ କିମ୍ବଦନ୍ତୀ, ସାରଳା ମହା ଭାରତରେ ଓଡିଶା ର ଐତିହାସିକ ଚିତ୍ର, ସାହିତ୍ୟ ସଂସ୍କୃତି, ‘ମୋ ସମୟର ଓଡ଼ିଶା’ ଆଦି ଅନ୍ୟତମ । 1976 ମାଡିହାରେ ଭାରତ ସରକାର ଙ୍କ ଦ୍ୱାରା ସେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ହୋଇ ଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ବନଜା ମହାନ୍ତି, ଡ଼ଃ ପୁଷ୍ପା ପାତ୍ର, କଳ୍ପନା ଷଡ଼ଙ୍ଗୀ, ସୁଧାମୟୀ ଦାସ, ବିବେକାନନ୍ଦ ପଟ୍ଟନାୟକ, ଅଶୋକ ମଣ୍ଡଳ, ଡ଼ଃ ଯୋଗେନ୍ଦ୍ର ପଣ୍ଡା, ଇଂ ସୁନୀଲ ପ୍ରଧାନ, କୁମାର ରଞ୍ଜନ ପଣ୍ଡା, କୈବଲ୍ୟ ପ୍ରସାଦ ମହାପାତ୍ର, ରାଜେଶ ଷଡ଼ଙ୍ଗୀ, ଦେବେଶ ହୋତା, ବରେନ୍ଦ୍ର ମହାନ୍ତି, କିଚକ ବେହେରା, ସାଇ ପ୍ରକାଶ ମହାନ୍ତି, ଅଭିଷେକ ଯାଦଭ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ରେ ଆମେ ମୟୂରଭଞ୍ଜିଆ ର ସଦସ୍ୟ ସତ୍ୟାନନ୍ଦ ଶେଜପଡା ଧନ୍ୟବାଦ ଅର୍ପଣ କରିଥିଲେ l