Onn 3

କାର୍ଯ୍ୟ ନସରୁଣୁ ସ୍ଥାପିତ ଫଳକ ଉଭାନ, ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ

State

ଆଗରପଡ଼ା: ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲିପିବଦ୍ଧ ହେବା ବାଧ୍ୟତା ମୂଳକ ହୋଇଥିବା ବେଳେ କାର୍ଯ୍ୟ ନ ସରୁଣୁ ସ୍ଥାପିତ ଫଳକ ଉଭାନ ହୋଇଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଥିବା ଜଣାପଡ଼ିଛି । ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତରେ । ଉକ୍ତ ପଂଚାୟତର ତୋଟାସାହି ଠାରେ ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୩ ବର୍ଷ ପୂରି ସାରିଥିଲେ ସୁଦ୍ଧା ପ୍ରକଳ୍ପଟି ଗ୍ରେଡ଼ମବିମରେ ଅଟକିଛି ।

ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବା ବେଳେ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ବେଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଣ କରୁଥିବା ବେଳେ କାର୍ଯ୍ୟାରମ୍ଭ ବେଳେ ଏଠାରେ ସ୍ଥାପିତ ସୂଚନା ଫଳକ କିଛି ଦିନ ହେବ ଆଇ ଦେଖିବାକୁ ମିଳୁନି । ସ୍ଥାପିତ ସ୍ଥାନରୁ ଏହା ଉଭାନ ହୋଇଯାଇଛି । ତେଣୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଯୋଗୁଁ ସୂଚନା ଫଳକ ବି ମୂଲ୍ୟହିନ ହୋଇପଡ଼ୁଛି । କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ôତବା ବେଳେ ସୂଚନା ଫଳକ ଉଭାନ ହୋଇଯିବା ସମସ୍ତଙ୍କୁ ଚକିତ କରିଛି । ତେଣୁ ବିଭାଗ ତରଫରୁ କାର୍ଯ୍ୟସ୍ଥଳି ନିକଟରେ ଏକ ନୂତନ ସୂଚନା ଫଳକ ସ୍ଥାପନା କରାଯିବା ସହ ନିର୍ମିତ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।