Img 20241111 Wa0233

ସରକାରଙ୍କ ପ୍ରତିଶୃତି ପୁରଣ ଦାଵିରେ ସିପିଆଇ ପକ୍ଷରୁ ବାରିପଦା ଵ୍ଲକ ସମ୍ମୁଖରେ ଵିକ୍ଷୋଭ ଅନୁଷ୍ଠିତ

State

ବାରିପଦା: ଵିଜେପି ଦଳ କ୍ଷମତାକୁ ଆସିଵା ପୁର୍ଵରୁ ଯେଉଁ ପ୍ରତିଶୃତି ଦେଇ କ୍ଷମତା ହାତେଇଥିଲେ, କ୍ଷମତାରେ ଵସିଵା ପରେ ସେ ପ୍ରତିଶୃତି ଭୁଲିଯାଇଥିଵାରୁ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଶହ ଶହ ଲୋକ ବାରିପଦା ଵ୍ଲକ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିତ୍ଯ ଵ୍ଯଵହାର୍ଯ୍ଯ ସାମଗ୍ରୀର ଆକାଶଛୁଆଁ ଦରଵୃଦ୍ଧି ଵନ୍ଦ କର, ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହୀତାଧିକାରୀଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା, କୃଷକଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କାର ସହାୟକ ମୂଲ୍ଯ ପ୍ରଦାନ, ପ୍ରତ୍ଯେକଙ୍କୁ ମାସିକ ୩ଶହ ୟୁନିଟ ପର୍ଯ୍ଯନ୍ତ ଵିଦ୍ଯୁତ ଶକ୍ତି ମାଗଣାରେ ପ୍ରଦାନ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ତହସିଲ ଜରିଆରେ ଚିହ୍ନଟ କରି ଜମା ଟଙ୍କି ଫେରସ୍ତ କର, ପ୍ରତ୍ଯେକ ମହିଳାଙ୍କୁ ପ୍ରତିଶୃତି ଭିତ୍ତିରେ ଦୁଇ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ, ମାଇକ୍ରୋ ଫାଇନାନସ୍ ମାନଙ୍କ ଚକ୍ରଵୃଦ୍ଧି ସୁଦ୍ଧର ଲୁଣ୍ଠନ ଓ ଋଣ ଆଦାୟ ଜୁଲମ ଵନ୍ଦ କରିଵା ,ନିର୍ମାଣ ଶ୍ରମିକ ମାନଙ୍କ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ପାଇଁ ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦାଵି ନେଇ ଓଡିଶା ମୁଖ୍ଯମନ୍ତ୍ରୀଙ୍କୁ ବାରିପଦା ଵିଡିଓଙ୍କ ଜରିଆରେ ଦାଵି ପତ୍ର ପ୍ରଦାନ କରାଯାଇଛି। ଆଜି ପୁର୍ଵାହ୍ନରେ ପାଲବଣୀ ଗୋଲେଇ ଛକ ଠାରୁ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରାରେ ଶହ ଶହ ପୁରୁଷ ମହିଳା ଆସି ଵ୍ଲକ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାର୍ଟିର ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ଜୟନ୍ତ ଦାସ, ଜିଲ୍ଲା ସଂମ୍ପାଦକ ଜଗବନ୍ଧୁ ମିଶ୍ର, ଜିଲ୍ଲାର ନେତା ପରମେଶ୍ଵର ମହାନ୍ତ,ବଳରାମ ମୁର୍ମୁ , ଶ୍ରୀକାନ୍ତ ସାମଲ ,ମହେଶ୍ବର ବେହେରା, ଉଦଵୋଧନ ଦେଇଥିଵା ଵେଳେ, ଏହି ଵିକ୍ଷୋଭ ସମାଵେଶରେ କାହ୍ନୁଚରଣ ବେହେରା ସଭାପତିତ୍ଵ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ସୁବାଷୀନୀ ବିନ୍ଧାଣୀ, ସୋମବାରୀ ପାତ୍ର, ପତି ହେମ୍ବ୍ରମ, ମୁଗୁନୀ ସିଂ,ରେବତୀ ମହାନ୍ତ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ।