Onn 3

ସରକାରୀ ଯୋଜନା ଅପହଂଚ, ଜରିପାଲ ତଳେ ବିତୁଛି ଜୀବନ

State

ଆଗରପଡ଼ା:ସରକାର ଗରିବ ନିସଃହାୟ ଲୋକଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଆବାସ ଯୋଜନା ଏଥିମଧ୍ୟରୁ ଅନ୍ୟତମ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳିତ କାର୍ଯ୍ୟପନ୍ଥା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତ ଚାରିଗାଁ ଗ୍ରାମ ର ବିଧବା ମହିଳା ବାସନ୍ତୀ କଟୁଆଳଙ୍କ କ୍ଷେତ୍ରରେ । ଚାରିଗାଁ ଗ୍ରାମର ଗରିବ ଅସହାୟ ବିଧବା ମହିଳା ବାସନ୍ତୀ କଟୁଆଳ ଯାହାଙ୍କ ସ୍ୱାମୀ ଗତ ୭ମାସ ପୂର୍ବେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ପରିବାରର ଆର୍ଥିକ ପରିସ୍ଥିତିକୁ ଦେଖି ସାନଝିଅ ଦାଦନ ଘଟିବାକୁ ରାଜ୍ୟ ବାହାରକୁ ପଳାଇଛି ।

ଏହିପରି ଅବସ୍ଥାରେ ବାସନ୍ତୀଙ୍କର ଆର୍ଥିକ ସମ୍ବଳ ନଥିବାରୁ ରହୁଥିବା ଏକ ଛୋଟ ଜାଗାରେ ଥିବା ଭଙ୍ଗା ଦଦରାଘରର ସେ ଝଣଛାଉନି କରିନପାରି ଜରିପାଲ ତଳେ ଜୀବନ ବିତାଇବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରି ମଧ୍ୟ ସେ ଏଥିରୁ ବଂଚିତ । ତେଣୁ ତାଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଏକ ଆବାସ ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।