Onn 3

ବିହନ ବିଶୋଧନାଗାର ସ୍ଥାୟୀ ପାଚେରୀ ନିର୍ମାଣ ପାଇଁ ଅର୍ଥ ମଂଜୁର

State

ଆଗରପଡ଼ା:ଗତ ଅପ୍ରେଲ ମାସ ୨୭ ତାରିଖ ଗୁରବାର “ସମୟଚକ୍ରରେ ହଜିଯାଇଛି ପୁରୁଣା ଏ୍ୟୌତିହ୍ୟ; ପରିଚୟ ଖୋଜୁଛି ସରକାରୀ ବିହନ ବିଶୋଧନାଗାର”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିରେ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଶେଉଳଗଡ଼ିଆ ସରକାରୀ ବିହନ ବିଶୋଧନାଗାରରେ ବିଭାଗ ତରଫରୁ ଆଉ କୌଣସି ସରକାରୀ କର୍ମଚାରୀ ଏଠାରେ ନିଯୁକ୍ତି ଦିଆ ଯାଉ ନଥିବା, କୃଷି ଓଭରସିୟରଙ୍କ ସ୍ଥାନରେ ଜଣେ ଭିଏଡବ୍ଲ୍ୟୁଙ୍କୁ ଦାଇତ୍ୱ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଜଣେ କୃଷି ଓଭରସିୟରଙ୍କୁ ଏଠାରେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ମନମୋହନ ଗିରି ନାମକ କୃଷି ଓଭରସିୟର ବାସୁଦେବପୁର ବ୍ଲକରୁ ଗତ ଜୁଲାଇ ମାସ୧୪ ତାରିଖରେ ଉକ୍ତ ବିହନ ବିଶୋଧନାଗାରରେ ଯୋଗଦାନ କରିଥିଲେ । ଏଥିରେ ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶବି ନାହିଁ । ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଛି । କିଛି ଅଂଶରେ ପାଚେରୀ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି ଯଦ୍ୱାରା ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା । ସୂଚନା ଅନୁଯାୟୀ; ଊକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ବିହନ ବିଶୋଧନାଗାରର ସ୍ଥାୟୀ ପାଚେରୀ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିବା ସୂଚନା ମିଳିଛି । ବନ୍ତ ବ୍ଳକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ୧୯୫୫ ମସିହାରେ ଉକ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା କରିଥିଲେ । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା ।

ଇତି ମଧ୍ୟରେ ୬୭ ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି । ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶବି ନାହିଁ । ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଛି । କିଛି ଅଂଶରେ ପାଚେରୀ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି ଯଦ୍ୱାରା ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି । ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏ , କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ଯଦ୍ୱାରା ସମୟଚକ୍ରରେ ହଜିଯାଇଛି ବିହନ ବିଶୋଧନାଗାରର ପୁରୁଣା ଏ୍ୟୌତିହ୍ୟ । ବର୍ତ୍ତମାନ ସେ ତାର ପରିଚୟ ଖୋଜିବାରେ ଲାଗିଛି । ବିହନ ବିଶୋଧନାଗାରର ମୁଖ୍ୟ ଆଭିମୁଖ୍ୟ ହେଲା ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା । କିନ୍ତୁ ବିଭିନ୍ନ ପରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ୧ଟି ଟ୍ରାକ୍ଟର, ୧ଟି ଧାନ କଟା ରିପର, ଧାନ ଅମଳ ପାଇଁ ଏକଟି ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ଏବଂ ଉକ୍ତ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଗତ କିଛି ବର୍ଷ ହେବ ୩୫ ଏକର ଜମିରେ ଧାନ ଚାଷ କରାଯାଉଥିବା ବେଳେ ଏହାର ଚାରିପଟରେ ସୁରକ୍ଷା ପାଚେରୀ ନଥିବାରୁ ଅମଳରେ କ୍ଷୟକ୍ଷତି ଘଟୁଛି ତେଣୁ ସ୍ଥାୟୀ ପାଚେରୀ ନିର୍ମାଣ ଜରୁରୀ ହୋଇପଡ଼ିଛି । ତେଣୁ ବିଭାଗ ଉକ୍ତ ବିହନ ବିଶୋଧନାଗାରଟିର ପୂର୍ବ ଏ୍ୟୌତିହ୍ୟ ଫେରାଇ ଆଣିବାକୁ ଏକ ଦକ୍ଷ ଅଧିକାରୀଙ୍କ ସମେତ କର୍ମଚାରୀ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।