Photo For The News Of Suiside

ନଦୀକୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Crime State

ଆଗରପଡ଼ା :ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ନ କହି ବିଦେଶକୁ ଚାକିରୀ କରିବା ଉଦ୍ଦେଶ୍ୟରେ ପଳାଇବାରୁ ସାଙ୍ଗ ଜଣଙ୍କ ଦୁଃଖରେ ଭାଙ୍ଗିପଡ଼ି ସେତୁ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଓ ପରେ ସ୍ଥାନୀୟ ଲୋକେ ଏହାକୁ ଦେଖି ନଦୀରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଖଇରା ଥାନା ଅନ୍ତର୍ଗତ କଳମଚୁଆ ଗ୍ରାମର ପ୍ରଦୀପ ପାତ୍ର(୨୬)ସନ୍ଧ୍ୟା ସମୟରେ ସାଳନ୍ଦୀନଦୀ ସେତୁ ଉପରୁ ତଳକୁ ଡ଼େଇଁ ପଡ଼ିଥିଲେ । ଏହାକୁ ଦେଖି ସନ୍ଧ୍ୟା ଭ୍ରମଣରେ ଯାଉଥିବା ରାଜ୍ୟ ମାନବାଧିକାର ମିଶନ ରାଜ୍ୟ ସଂପାଦକ ନିରୋଜ ଆଇଚ,ଯୁବନେତା ପ୍ରିତିଶ ଶତପଥି ପ୍ରମୁଖ ସେତୁ ତଳୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ତାଙ୍କର ପିଂଜରା ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି ବୋଲି ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭତ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼େ;ପ୍ରଦୀପଙ୍କ ଜଣେ ସାଙ୍ଗ ତାଙ୍କୁ କିଛି ନ କହି ବିଦେଶକୁ ଚାକିରୀ କରିବାକୁ ପଳାଇଛନ୍ତି ବୋଲି ସେ ଖବର ପାଇଥିଲେ । ଏଥିରେ ସେ ମର୍ମାହତ ହୋଇ ଏହିପରି କାଣ୍ଡ ଘଟାଇଥିଲେ ବୋଲି ତାଙ୍କ ସାଙ୍ଗ କହୁଛନ୍ତି । ସାଙ୍ଗ ଜଣଙ୍କ ମଧ୍ୟ ଏ ଖବର ପାଇ ବିଦେଶ ନ ଯାଇ ଆଗରପଡ଼ା ମେଡ଼ିକାଲରେ ପହଂଚିଥିଲେ ।