Photo2 For Arpana Rath

ଅଣିଜୋରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା:ବନ୍ତ ବ୍ଲକ ସ୍ତରୀୟ ଜୟ ଜଗନ୍ନାଥ ଅର୍ପଣ ରଥର ରବିବାର ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲ ଶୁଭାରମ୍ଭ କରି ଏହି ରଥ ବନ୍ତ ବ୍ଲକର ୨୫ଗୋଟି ପଂଚାୟତ ଅଂଚଳକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଏବଂ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷିରେ ସୋମବାର ଅଣିଜୋ ପଂଚାୟତରେ ଏହି ରଥ ପରିକ୍ରମା କରିଥିଲା । ପ୍ରଥମେ ଅଣିଜୋ ସ୍ଥିତ ବାବା ସିନ୍ଧୁକେଶ୍ୱର ମହାଦେବଙ୍କ ପୀଠରେ ଅର୍ପଣ ରଥ ପହଂଚିବା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ଏହା ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲା ।

କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଲଳ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ଲୋକ ସାମିଲ ଥିଲେ । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ, ସରପଂଚ ମାଳତୀ ଲତା ପୃଷ୍ଟି, ପରମେଶ୍ୱର ରାଉତ, ଲିଙ୍ଗରାଜ ତ୍ରିପାଠୀ, ବିଣାପାଣୀ ଦାଶ, କାଶିନାଥ ସେଠୀ, କରୁଣାକର ଦାସ ଏବଂ ଶିବୁନ ପୃଷ୍ଟିଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।