R D C Commisioner Mayurbhanj Tour Programe

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ମୟୂରଭଞ୍ଜ ଗସ୍ତ; ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କର କାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା

State

ବାରିପଦା:  କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (କଟକ) ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଆଜି ତା ୦୮.୦୧.୨୦୨୪ ରିଖ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କର ନିରୀକ୍ଷଣ ତଥା ସମୀକ୍ଷା ବୈଠକ କରିଥିଲେ। ଏହି ସଂକ୍ରାନ୍ତରେ କମିଶନର ଶ୍ରୀ ଦଳାଇଙ୍କ ତତ୍ୱାବଧାନରେ, ଜିଲ୍ଲାପାଳ ଶ୍ରୀ ଭିନୀତ ଭରଦ୍ୱାଜ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଶ୍ରୀ ଅକ୍ଷୟ ସୁନିଲ୍ ଅଗ୍ରୱାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ଗୃହ ଠାରେ ପୂର୍ବାହ୍ନ ଘ ୧୧.୦୦ ମି ସମୟରେ ଏକ ନିରୀକ୍ଷଣ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ ଉପସ୍ଥିତ ରହିବାପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ନିର୍ଦ୍ଧେଶ ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ବୈଠକରେ କମିଶନର ଶ୍ରୀ ଦଳାଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଗ୍ରୱାଲ ଏବଂ ପର ମୁହୂର୍ତ୍ତରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଏହି ନିରୀକ୍ଷଣ ବୈଠକରେ, ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତହସିଲ ଅଫିସର ସମସ୍ତ ରାଜସ୍ବ ସମ୍ବନ୍ଧୀୟ ତଥ୍ୟ ନିରୀକ୍ଷଣ କରିଥିଲେ। ଏହି ନିରୀକ୍ଷଣରେ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିବା ସହିତ ସମସ୍ତ ରାଜସ୍ବ ର ସଠିକ୍ ପରିଚାଳନା କାର୍ଯ୍ୟ ବିଷୟରେ ସମସ୍ତ ଅଧିକାରୀଙ୍କ ଠାରୁ ସୂଚନା ଓ ମନ୍ତବ୍ୟ ନେଇଥିଲେ। ସମସ୍ତ ତହସିଲ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ କାର୍ଯ୍ୟାଳୟ ସଂକ୍ରାନ୍ତୀୟ ରାଜସ୍ବ ବିଷୟରେ ବିବରଣୀ ନେବା ପରେ ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଆସିଥିବା ଏବଂ ଖର୍ଚ୍ଚ ହେଉଥିବା ରାଜସ୍ବ ବିଷୟରେ ସବିଶେଷ ବିବରଣୀ ନେଇଥିଲେ ତତ୍ ସହିତ ଶ୍ରୀ ଦଳାଇ, ରଜସ୍ୱକୁ ସଠିକ୍ ଭାବେ ବିନିଯୋଗ କରିବାପାଇଁ ସମସ୍ତ ସରକାରୀ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଜିଲ୍ଲାର ସମସ୍ତ ଉପଜିଲ୍ଲପାଳ ଏବଂ ସେମାନଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ଜଳସେଚନ ବିଭାଗୀୟ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଏବଂ ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଉନ୍ନତି ମୂଳକ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହିତ ସେ ସମସ୍ତ କାର୍ଯ୍ୟ ଗୁଡିକ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କିପରି ସମାପ୍ତ ହୁଏ ସେ ବିଷୟରେ ତଦାରଖ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏହି ବୈଠକରେ ଶ୍ରୀ ଦଳାଇ ଜିଲ୍ଲାରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସବିଶେଷ ବିବରଣୀ ନେବା ପରେ, ଅନେକ ଗୁଡିଏ କାର୍ଯ୍ୟର ସଠିକ ଅଗ୍ରଗତି ଦେଖି ସନ୍ତୋଷ ପ୍ରକାଶ କରିଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।