Pani Panchyat Pakhya Meeting

ଆସନ୍ତା ୧୬ରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ

State

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରାକ-ପ୍ରସ୍ତୁତି ବୈଠକ ସୋମବାର ଦିନ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ହୋଇଥିବା ବେଳେ, ଭଗବାନ ଚନ୍ଦ୍ର ଦାଶ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଜଳସେଚନ, ବାରିପଦାଖଣ୍ଡ ଏହି ବୈଠକର ସଂଚାଳନା କରିଥିଲେ. ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହା ସ୍ଥିର କଲେ ଯେ, ଏହି ପାଣିପଞ୍ଚାୟତ ପକ୍ଷ ସମାର ଜିଲ୍ଲାରେ ଆଗାମୀ ୧୬ ତାରିଖରେ ଉଦ୍ଘାଟିତ ହୋଇ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ. ଏହି ପକ୍ଷ ପାଳନର ଉଦ୍ଘାଟନ ଜିଲ୍ଲାପାଳ କରିବେ. ସୂଚନା ଅନୁସାରେ, ଏହି ପକ୍ଷ ପାଳନ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା, ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା, ପାଣି ପଂଚାୟତ ରଥର ଶୁଭ ସଂଚାଳନ ଆଦି ବିଷୟରେ ଆଲୋଚନା ହୋଇଥିଲା |

ଏଥି ସହିତ କୃଷି, ପଶୁପାଳନ, ଆଦିବାସୀ ଉନ୍ନୟନ, ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ, ଉଠା ଜଳସେଚନ, ସୂଚନା ଓ ଲୋକ ସମ୍ପର୍କ ସମସ୍ତ ବିଭାଗର ବିଭିନ୍ନ କାର୍ଯ୍ୟକଳାପର ପ୍ରଦର୍ଶନୀ ପାଇଁ ମଧ୍ୟ ଆଲୋଚନା ହୋଇଥିଲା ଏବଂ ପରିଶେଷରେ ଏହି ପକ୍ଷ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି, ବୈଠକରେ ସିଦ୍ଧାନ୍ତ ନିଆଗଲା. ଏହି ଜିଲ୍ଲା ସ୍ତରୀୟ ପକ୍ଷ ପାଳନ ପାଇଁ, ବୈଠକରେ ସମସ୍ତ କାର୍ଯ୍ୟକାରୀ ବିଭାଗର ଯନ୍ତ୍ରୀ ମାନେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ତରୁଣ କୁମାର ଛୋଟରାୟ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ, ଚିନ୍ତାମଣି ଜେନା, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିବା, ଜିଲ୍ଲ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ |