Onn 3

ହାଇୱା ଗାଡ଼ିକୁ ପଛରୁ ପିଟିଲା ବାଇକ୍; ଆରୋହୀ ଜଣେ ମୃତ ଜଣେ ଗୁରୁତର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜୟଓ୍ବାଡା-ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଠାରୁ ୭ କିମି ଦୂର ହାଟବାଦଡା ଫାଣ୍ଡି ନିକଟସ୍ଥ ଏକ ପୋଲିଆ ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଅପରାହ୍ନରେ ଘଟି ଯାଇଛି । ଯେଉଁଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଂଚଳର ଅଶନବଣି ଗ୍ରାମର ରାଜୁ ହେମ୍ବ୍ରମ (୨୦) ଏବଂ କୁସୁମି ବ୍ଳକର ଯୋଡ଼ା ପୋଖରୀ ଗ୍ରାମର ସମାୟ ଟୁଡୁ (୨୦) ଅପରାହ୍ନରେ ରାଇରଙ୍ଗପୁର ପଟୁ ହାଟବାଦଡା ଆଡ଼କୁ ଏକ ବାଇକ୍ ( ଓଡି ୧୧ ଇ ୩୧୧୭) ଯୋଗେ ଯାଉଥିବା ସମୟରେ ହାଟବାଦଡା ପୋଲ ପାଖରେ ଛିଡ଼ା ହୋଇଥିବା ହାଇୱା ( ଓଡି୧୧ ପି ୫୦୯୯) କୁ ପଛ ପଟୁ ଧକ୍କା ଦେଇଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡିଥିଲେ।

ଖବର ପାଇ ହାଟଵାଦଡା ଫାଣ୍ଡି ଥାନାଧିକାରୀ ରଘୁନାଥ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ କରିବା ସହ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରିଥିଲେ। ଡ଼ାକ୍ତରଖାନାରେ ଡାକ୍ତର ଗୁରୁତର ରାଜୁ ହେମ୍ବ୍ରମଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟ ଜଣେ ଗୁରୁତର ସମାୟ ଟୁଡୁଙ୍କୁ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତାକାଲି ଶଵ ବ୍ୟବଛେଦ କରାଯିବ । ପୋଲିସ ଘଟଣାର ତଦନ୍ତ କରୁଛି ।