Onn 3

ମୋରେହସ୍ଥିତ ରାଜ୍ୟ-ବିଏସଏଫ୍ ହେଲିପ୍ୟାଡ୍ ନିର୍ମାଣସ୍ଥଳୀରେ ମଣିପୁର ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

National & International

Capt-4-750x430

ଇମ୍ଫାଲ/ନୂଆଦିଲ୍ଲୀ: ମିଆଁମାର ସୀମାରେ ଥିବା ବାଣିଜ୍ୟିକ ସହର ମଣିପୁରର ମୋରେହରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ସନ୍ଦିଗ୍ଧ ବିଦ୍ରୋହୀମାନେ ଜଣେ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଆଜି ସକାଳେ ହେଲିପ୍ୟାଡ୍‌ ପ୍ରକଳ୍ପ ଉପରେ ହୋଇଥିବା ଆକ୍ରମଣ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଚାଲିଥିବା ସଙ୍ଗୀନ୍‌ ପରିସ୍ଥିତି ମଧ୍ୟରେ ସୁରକ୍ଷା ବାହିନୀ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିକୁ ଆହୁରି ତୀବ୍ର କରିଛି।
ଗତ କିଛି ମାସ ମଧ୍ୟରେ କୁକି ଜନଜାତି ଓ ମେଇତିମାନଙ୍କ ମଧ୍ୟରେ ତୀବ୍ର ଜାତିଗତ ସଂଘର୍ଷ ଦେଖିବାକୁ ମିଳିଥିବା ଅଶାନ୍ତ ପାହାଡ଼ିଆ ବହୁଳ ସହରର ଏକ ସ୍ଥାନୀୟ କ୍ଲିନିକକୁ ଗୁଳିମାଡ଼ ପରେ ସଂପୃକ୍ତ ଉପଖଣ୍ଡ ପୁଲିସ ଅଧିକାରୀ (ଏସ୍‌ଡିପିଓ) ଚିଙ୍ଗଥାମ ଆନନ୍ଦଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।
ମୋରେହର ଜଣେ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଳିମାଡ଼ରୁ ଜଣାପଡୁଛି ଯେ ପୁଲିସ ଅଧିକାରୀଙ୍କୁ ବହୁତ ଦୂରରେ ଥିବା ଏକ ଗୁପ୍ତ ସ୍ଥାନରୁ ଏକ ବଡ଼ ଧରଣର ମାର୍କମ୍ୟାନ୍‌ କିମ୍ବା ସ୍ନାଇପର ରାଇଫଲରେ ଗୁଳି କରାଯାଇଛି। ଯେଉଁ ସାଧାରଣ ଦିଗରୁ ଗୁଳି ମାଡ଼ ହୋଇଥିଲା, ସେଠାରେ ବେସାମରିକ ବସତି ଥିବାରୁ ପୁଲିସ ତୁରନ୍ତ ଏହାର ଜବାବ ଦେଇପାରି ନଥିଲା।
ଏହାପରେ ସୁରକ୍ଷା ବାହିନୀ ଏହି ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଉକ୍ତ ଅଞ୍ଚଳରେ ଅପରେସନ୍‌ ଆରମ୍ଭ କରିଥିଲା
ରାଜଧାନୀ ଇମ୍ଫାଲରୁ ମୋରେହ ପର୍ଯ୍ୟନ୍ତ ରାସ୍ତାକୁ ଦୁର୍ବୃତ୍ତମାନେ ଅନେକ ସ୍ଥାନରେ ଅବରୋଧ କରୁଥିବାରୁ ରାଜ୍ୟ ସେନା ଓ ସୀମା ସୁରକ୍ଷା ବଳ (ବିଏସଏଫ) ମିଳିତ ଭାବେ ନିର୍ମାଣ କରୁଥିବା ହେଲିପ୍ୟାଡ ରାଜ୍ୟରେ ସେନା ପରିବହନ ପାଇଁ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ।
ମଣିପୁର ସରକାର ଏକ ବିବୃତିରେ କହିଛନ୍ତି ଯେ ପୁଲିସ ଅଧିକାରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ କ୍ଷତିପୂରଣ ଏବଂ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ମଞ୍ଜୁର କରାଯାଇଛି।