Onn 3

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ, ୫ ଦଫା ଦାବି

State

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ । ଏହି ନିଷ୍ପତି ନେଇଛି ଓଡ଼ିଶା ଅଣ ଗେଜେଟଡ ବନ କର୍ମଚାରୀ ସଂଘ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜଙ୍ଗଲ ସୁରକ୍ଷା କାମରେ ଯୋଗ ନଦେଇ ପ୍ରତୀକ ଆନ୍ଦୋଳନ କରିବ ବୋଲି ସଂଘ କହିଛି । ୫ଦଫା ଦାବି ସ୍ୱତନ୍ତ୍ର ଷ୍ଟାଇକିଂ ଫୋର୍ସ ଗଠନ, େଓ୍ଵଲଫେୟାର ଫଣ୍ଡ, ex-gratia Telangana model ଅନୁଯାୟୀ ଦେବା ପାଇ ସଂଘ ଦାବି କରିଛି ।

ଜୁଲାଇ ୮ ସୁଦ୍ଧା ଦାବି ପୂରଣ ନହେଲେ ୧୦ରୁ ପୁରା କାମ ବନ୍ଦ କରି ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାସକ ଭିତରେ ଶିକାରୀଙ୍କ ଯୋଗୁଁ ଦୁଇ ଜଣ କର୍ମଚାରୀଙ୍କ ହତ୍ୟା ହୋଇଥିବାରୁ ଏହାରି ପ୍ରତିବାଦରେ ଓ ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯାଉଥିବା ସଂଘ କହିଛି ।