Onn 3

ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବା ଠିକ ସମୟ: ଗଜପତି ମହାରାଜା

State

gaja

ପୁରୀ:ରତ୍ନ ଭଣ୍ଡାର ଖୋଲିବ ବୋଲି କହିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ । ଉଭୟେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ ।

ଏ ନେଇ ଏକ ପ୍ରେସ ରିଲିଜ ଜାରି କରିଛନ୍ତି ଗଜପତି । ଏଥିରେ କୁହାଯାଇଛି, ବର୍ତ୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଠିକ ହେବନି । ତେବେ ରଥଯାତ୍ରା ସମୟରେ ଖାଲିବା ଠିକ ହେବ । ଏହି ସମୟରେ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯିବ ଏବଂ ରତ୍ନ ଅଳଙ୍କାର ଗଣାଯିବ । ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି ଏବଂ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ପ୍ରେସ ବିଜ୍ଞପ୍ତିରେ ସମୀର ମହାନ୍ତିଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ହାଇକୋର୍ଟ ଏବଂ ପରଚାଳନା କମିଟିର ନିଷ୍ପତ୍ତି ଠିକ ବୋଲି ଗଜପତି ଦର୍ଶଇଛନ୍ତି ।

ସୂଚନାଥାଉ କି, ରତ୍ନଭଣ୍ଡାର ଖୋଲିବା ପାଇଁ ଦୁଇଦିନ ତଳେ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ଗଜପତି ମହାରାଜାଙ୍କୁ ଭେଟିଥିଲେ ।ଏହା ପରେ ଗଜପତି ମହାରାଜା ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ରତ୍ନଭଣ୍ଡାର   ଖୋଲିବା ନେଇ ସୂଚନା ଦଇଛନ୍ତି।