Onn 3

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

Crime State

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ ।

ଏକ ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର  ହୋଇଯାଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ । ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କର ବେଙ୍ଗାଳୁରୁରେ ରହିଛି ଠିକା ସଂସ୍ଥା । ଦୁଇ ବନ୍ଧୁଙ୍କ ସହ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ ।