Rain

ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

State

ଭୁବନେଶ୍ୱର: ରାଜ୍ୟରେ ୪ଦିନ ଯାଏ ବର୍ଷା । ୧୮ ପରେ କମିବ ବର୍ଷାର ପରିମାଣ । ଓଡ଼ିଶାର ଚତୁପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ ବାଂଲାଦେଶ ଉପରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଆଗାମୀ ୪ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟର ଧରଣର ବର୍ଷାର ସମ୍ଭାବନା ରହିଛି ।

କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୯ଜିଲ୍ଲା ଓ ୧୫ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଦୂର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଫଳରେ କମିଛି ବର୍ଷାର ପରିମାଣ । ଚଳିତ ମୌସୁମୀ ଋତୁରେ ଏଯାଏ ୬୩୮. ୨ମିମି ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ପରିମାଣ ୭୧୩.୩ ମିମି ତୁଳନାରେ ଏହା ୧୧ ପ୍ରତିଶତ ନିଅଣ୍ଟିଆ । ତିନିଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ବାଭାବିକ ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।