Onn 3

ନିରୋଜ ପୋଥାଳଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

State

ବାରିପଦା: ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ୧୪ ଜଣଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବାରିପଦା ସହର ର ବରିଷ୍ଠ ସମାଜସେବୀ ତଥା ରକ୍ତଦାତା ଡ. ନିରୋଜ ପୋଥାଳଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନୀତ କରା ଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ୧୦ ହଜାର ଟଙ୍କା ରାଶି ସହ ମାନପତ୍ର ପ୍ରଦାନ କରା ଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିବେଶ ସମିତିର ଉପ ସଭାପତି ଡ. ବିଜୟ କୁମାର ଅଗ୍ରୱାଲ ଓ ସନ୍ତୋଷ ମହାନ୍ତି, ଶିମିଳିପାଳ ଉତ୍ତର ର ଉପ ନିର୍ଦ୍ଦେଶକ ସାଇ କିରନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ପ୍ରମୁଖଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେବାପରେ ଡ. ପୋଥାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ସମ୍ମାନରେ ସମ୍ମାନିତ ହେବାପରେ ସେ ତାଙ୍କର ସମସ୍ତ ସହଯୋଗୀ, ଜିଲ୍ଲା ପ୍ରଶାସନ, ବନ ବିଭାଗ, ତଥା ବାରିପଦା ସହରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।