Onn 3

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

Crime State

ctc

କଟକ : ଆସୁଛି ପାର୍ବଣ ଋତୁ  । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର  । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି  । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର ଅଞ୍ଚଳରେ କମିଶନରେଟ୍ ପୋଲିସ ଏନକାଉଣ୍ଟର କରିଛି  ।  ଅଭିଯୁକ୍ତ ମନୋଜ ଓରଫ ମଙ୍ଗୁ ର ବାମ ଗୋଡ଼ରେ ଗୁଳି ବାଜିଛି। ଫଳରେ ଗୁରୁତର ଅବସ୍ଥାରେ ମଙ୍ଗୁକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି  । ଉତ୍ତମାପୁର ଅଞ୍ଚଳରେ ଅପରାଧୀକ ଯୋଜନା କରୁଥିବାବେଳେ ପୋଲିସ ଚଢାଉ କରିଥିଲା ।

ପୂର୍ବରୁ ମନୋଜ ନାଁରେ ବହୁ ଅପରାଧିକ ମାମଲା ରହିଛି। ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ମନୋଜ । ୨୦୦୮ ମସିହାରେ ମଧ୍ୟ ତାକୁ ସଦର ଥାନା ପୋଲିସ ଏନକାଉଣ୍ଟର କରିଥିଲା  । ସେ କନ୍ଦରପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ନିକଟରେ ପ୍ରମାଣ ରହିଛି । ତାକୁ ଏନ କାଉଣ୍ଟର କରିବା ପରେ ତା ନିକଟରୁ  ବନ୍ଧୁକ, ଗୁଳି , ମୋବାଇଲ ଫୋନ୍ ଆଦି ଜବତ କରିଛି  । ତେବେ ମଙ୍ଗୁ ବିରୋଧରେ ତିର୍ତ୍ତୋଲ , ରଘୁନାଥପୁର , କନ୍ଦରପୁର , କଟକ ସଦର, ବିରିଡି ଥାନାରେ  ୧୧ରୁ ଉର୍ଦ୍ଧ୍ବ ମାମଲା ଥିବା ସୂଚନା ମିଳିଛି  ।