Sai

ଓଡିଶାରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି

State

ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ । ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ  ଦେବେନ୍ଦ୍ରଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି । ଏହାପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ବାସଭବନରେ ପହଞ୍ଚିଛନ୍ତି । ସେଠାରେ ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବେ ।

ସୂଚନା ଅନୁସାରେ ମାର୍ଚ୍ଚ ୧୭ରେ ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଥିଲା । ଦିଲ୍ଲୀ ଏମସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଦେବେନ୍ଦ୍ର ପ୍ରଧାନ ଦୁଇ ଥରର ସାଂସଦ ଥିଲେ ।

୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ସାଂସଦ ଥିବା ସମୟରେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ସେ ସଡ଼କ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ଓଡ଼ିଶା ବିଜେପିର ପ୍ରମୁଖ ଚେହେରା ଥିଲେ । ସେ ୧୯୮୮ରୁ ୧୯୯୦, ୧୯୯୦ରୁ ୧୯୯୩ ଓ ୧୯୯୫ରୁ ୧୯୯୭ ରାଜ୍ୟ ବିଜେପିର ସଭାପତି ଥିଲେ ।