Img 20250117 Wa0133

ପ୍ରେମକାଲ ଯୋଗ ମନ୍ଦିରର ପ୍ରଥମ ବାର୍ଷିୋତ୍ସବ ଉପଲକ୍ଷେ ସୂର୍ଯ୍ୟନମସ୍କାର ପ୍ରତିଯୋଗୀତା

State

ବାରିପଦା – ସ୍ଥାନୀୟ ଦେବେନ୍ଦ୍ରପୁର ସ୍ଥିତ ପ୍ରେମକାଲ ୟୋଗ ମନ୍ଦିର ଆନୁକୁଲ୍ୟରେ ପ୍ରଥମ ବାର୍ଷିକ ଉତ୍ସବରେ ବାରିପଦା କ୍ଲୋବ ପ୍ରାଙ୍ଗଣରେ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l

ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ୍ କୁମାର ବେହେରା ପୌରହିତରେ ଅନୁଷ୍ଠିତ ସଭାକର୍ଯ୍ୟରେ ମୁଖ୍ୟ ଅତିଥି ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ଵତୀ, ସମ୍ମାନୀୟ ଅତିଥି ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥୀ, ଡ଼ା ନିରୋଜ ପୁଥାଳ , ପନ୍ତଞ୍ଜଳି ୟୋଗ ସମିତି ବାରିପଦାର ପ୍ରଭାରୀ ଡ ଦିଲ୍ଲୀପ ପଣ୍ଡା , ରୋଟରୀୟନ୍ ରାକେଶ ସିଂ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ l
ପ୍ରେମକାଳ ଯୋଗ ମନ୍ଦିରର ମୂଖ୍ୟ ଯୋଗୀରାଜ ଡ଼ା ରାକେଶ ମହାନ୍ତ ଏକ ଶହ ଆଠ ରାଉଣ୍ଡ ସୂର୍ଯ୍ୟ ନମସ୍କାର ପ୍ରତିଯୋଗୀ ମାନଙ୍କୁ କରାଇଥିଲେ l

ମୟୁରଭଞ୍ଜ କ୍ରୀଡା ସଂସଦର ସମ୍ପାଦକ ବିଜୟ ଦାସ, ସହ ସମ୍ପାଦକ ଅମର ସେଠୀ, ଓ. ଆର .ଡି ସଂସ୍ଥାର ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି, ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟର ଟ୍ରଷ୍ଟି ଉର୍ମିଳା ବେହେରା, ବିରଞ୍ଚି ନାରାୟଣ ବେହେରା, ସବ୍ୟସାଚୀ ପଳେଇ ପ୍ରତିଯୋଗିତା ମାନଂକୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଅନଲାଇନ ମଧ୍ୟମରେ ନେପାଳ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ବହୁ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l
ଶେଷରେ ସ୍ଵାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଆସନ୍ତା ୨୫ ତାରିଖ ଦିନ ବାର୍ଷିକ ଉତ୍ସବର ଉଦଯାପିତ ଦିବସରେ କର୍ଣ୍ଣାଟକର ବିଖ୍ୟାତ ଯୋଗଗୁରୁ କରୁଣାକର ଉପାଧ୍ୟାୟ ଯୋଗ ଦେଇ ବିଜେତା ମାନଂକୁ ପୁରସ୍କୃତ କରିବେ l
ବରିଷ୍ଠ ଆଇନଜିବୀ ସତ୍ୟବ୍ରତ ମହାନ୍ତି, ଇଞ୍ଜିନିୟର ବିଜୟ ସାହୁ, ଓମ୍ ପ୍ରକାଶ ସାହୁ, ସଂଜିତ୍ ମହାନ୍ତ, ଚିତ୍ରସେନ ମହାନ୍ତ, ସୁଶାନ୍ତ ମହାନ୍ତ, ପଦ୍ମନାଭ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସୌମ୍ୟ ରଂଜନ ମହାନ୍ତ, ଚିନ୍ମୟ ମହାନ୍ତ ପ୍ରମୁଖ ସହଯୋଗ କରିଥଲେ l