ବାରିପଦା – ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲା ଉପନିୟନ୍ତ୍ରକ ବୈଧ୍ୟ ମାପ ବିଜ୍ଞାନ ବାରିପଦା ଓ ସଂକଳ୍ପ, କୁଳିଅଣା ଅଲୁକୁଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ 2025 ପାଳିତ ହୋଇଯାଇଛି l ସଂକଳ୍ପ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ମଂଚାସୀନ ସମସ୍ତ ଅତିଥି,ସାଧନ ବ୍ୟକ୍ତି. ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ପୂର୍ବତନ ଡି ସି ଡ଼ି ଆର ଏଫ ର ସଭାପତି ନରେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଦିବସ କୁ ଶୁଭ ଉଦଘାଟନ କରି ଥିଲେ. l ଏ ସି ଏଲ ଏମ, ବାରିପଦା ର ରାଜକିଶୋର ମଲ୍ଲିକ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ର ସମ୍ପର୍କ ରେ ସୂଚନା ପ୍ରଦାନ. କରିଥିବା ବେଳେ ସ୍ପର୍ଦା ର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ମଞ୍ଚ ପରିଚାଳନା କରି ଥଲେ. l ମୁଖ୍ୟ ବକ୍ତା ଭାବେ ସରକାରୀ ମହିଳା ମହାବିଦ୍ୟାଳୟ ର. ଅଧ୍ୟକ୍ଷା ସଂଗୀତା ସିଂହ, ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନକୃଷ୍ଣ ବେହେରା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ , ବାରିପଦାର ଦୀପକ ମାଝୀ, ସମାଜ ସେବୀ କବି ବିଷ୍ଣୁ ଶତପଥୀ,ମହିଳା ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ଆସିଷ୍ଟାଣ୍ଟ ପ୍ରଫେସର ଚନ୍ଦ୍ରକାନ୍ତ ଦାସ, ଜ୍ଞାନଦୀପ କଲେଜ ର ଅଧ୍ୟକ୍ଷ ଅଶୋକ କୁମାର ସାହୁ, ସଂକଳ୍ପ ର ସଭାପତି ଆମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଉଟି ସୁରକ୍ଷା ସଚେତନତା ବାର୍ତା, ଖାଉଟି ର ଭୂମିକା ଓ ଅଧିକାର, ଅନ ଲାଇନ କ୍ରୟ,, ଖାଉଟି ବିବାଦର ପ୍ରତିକାର ଵ୍ୟବସ୍ଥା, ଅବସ୍ଥାନ୍ତର ଓ ସାମଗ୍ରିକ ଲାଇଫଷ୍ଟାଇଲ ସମ୍ବଧୀୟ ଉପାଦେୟ ସୂଚନା ପ୍ରଦାନ କାଟିଥିଲେ l ମହିଳା କଲେଜ ର ଷ୍ଟାଫ, ଛାତ୍ରୀ ମାନେ ଓ ସ୍ବେଛାସେବୀ ସଂଗଠନ କର୍ମ କର୍ତ୍ତା ସକ୍ରିୟ ଭାବେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l
ଜିଲ୍ଲା ରେ ଖାଉଟି ସୁରକ୍ଷା ଓ ସଚେତନତା ର ବାର୍ତା ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଆୟୋଜନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ସଂକଳ୍ପ ର ସମ୍ପାଦକ ସୂଚନା ଦେଇଥିଲେ l ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ପ୍ରକଳ୍ପ ଯଂଯୋଜକ ଝରଣା ମାଝୀ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଫୋର୍ଡ଼ ର ସନ୍ତୋଷ କୁମାର ଖଣ୍ଡା, ସଂକଳ୍ପ ର. ପୁଷ୍ପଲତା ନାଏକ, ଜିତେନ୍ଦ୍ର ନାଏକ କାର୍ଯ୍ୟକ୍ରମ କୁ ଆୟୋଜନ ରେ ସହଯୋଗ କରିଥିଲେ l