Onn 3

୧୪ ଅକ୍ଟୋବର ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

State

 

simi

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୧୪ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ଗତ ଜୁନ୍ ୩୦ ତାରିଖରୁ ଶିମିଳିପାଳ ବନ୍ଦ ରହିଥିଲା । ପର୍ଯ୍ୟଟକ ମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଶିମିଳିପାଳ ଭିତରକୁ ପ୍ରବଶ କରିବାକୁ ହେଲେ ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟରରୁ ଅନୁମତି ପତ୍ର ସଂଗ୍ରହ କରିବାକୁ ହେବ । ସକାଳ ୬ଟାରୁ ୯ଟା ଯାଏ ଅନୁମତି ପତ୍ର ମିଳିବ । ଦୈନିକ ସର୍ବାଧିକ ୨୫ଟି ଗାଡ଼ି ପିଠାବଟା ତନଖି ଫାଟକ ଓ ଯଶିପୁରର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ଟି ଗାଡ଼ି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ । ପର୍ଯ୍ୟଟକଙ୍କ ପାଇଁ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସରେ ରାତ୍ରୀଯାପନର ବ୍ୟବସ୍ଥା କରାଯାଇଛି । ଗୁଡଗୁଡିଆ ଠାରେ ନେଚର କ୍ୟାମ୍ପର ମଜା ଉଠାଇପାରିବେ ପର୍ଯ୍ୟଟକ ।

ତେବେ ଏଥିପାଇଁ ପର୍ଯ୍ୟଟକଙ୍କୁ ଅଗ୍ରିମ ବୁକିଂ କରିବାକୁ ପଡିବ । ତେବେ ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣୀ ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ନିୟମ କରାଯାଇଛି । ପ୍ରତିବର୍ଷ ନଭେମ୍ୱର ୧ ତାରିଖରେ ଶିମିଳିପାଳ ଖୋଲୁଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଅକ୍ଟୋବର ୧୪ତାରିଖରେ ଶିମିଳିପାଳ ଖୋଲୁଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଦୁର୍ଗାପୂଜା ପୂର୍ବରୁ ଶିମିଳିପାଳ ଖୋଲାଯାଇଛି ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ।