Img 20240522 Wa0257

ସହରରେ ବିଧାୟକ ପ୍ରାର୍ଥୀ ସାନନ୍ଦ ଙ୍କ ଜବରଦସ୍ତ ପ୍ରଚାର

Politics State

ଜଣସାଧାରଣ ଙ୍କୁ ଯୋଡି ସଂଖ ରେ ଭୋଟ ଦେବାକୁ ନିବେଦନ

ବାରିପଦା : ଆଜି ଅପହାର୍ଣ୍ଣ ରେ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁର୍ଗାବାଡି ଗୋଲାଈଠାରୁ ଏକ ବିଶାଳ ଜନସମର୍ଥକ ଙ୍କ ଗହଣରେ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ବିଜେଡି ର ବିକାଶ ବାର୍ତ୍ତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦେଶ୍ୟ କୁ ନେଇ ଅନୁଷ୍ଠିତ ହୋଇଅଛି ! ଏହି ବିଜୟ ସଂକଳ୍ପ ଶୋଭାଯାତ୍ରା କୁ ଜଣସାଧାରଣ ଙ୍କ ଅଦଭୁତ ସମର୍ଥନ ଦେଖିବାକୁ ମିଳିଅଛି l ଯାହାକି ମୟୁରଭଞ୍ଜ ଲୋକସଭା ଓ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାନସଭା ରେ ବିଜେଡି ର ବିଜୟ କୁ ସୂଚାଅଛି l ଉକ୍ତ ବିଜୟ ସଂକଳ୍ପ ରେଲି ରେ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ) ଙ୍କ ସ୍ଲୋଗାନ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଇତ୍ୟାଦି ଜନସାଧାରଣ ଓ ଯୁବ, ଛାତ୍ର କର୍ମୀଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଥିଲା l ବିଜୟ ସଂକଳ୍ପ ରେଲିକୁ ସଫଳ କରିବାପାଇଁ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ, ଅନନ୍ତ ଦାସ ( ମାନୁ ), ବରିଷ୍ଠ ବିଜେଡି ନେତା ସତ୍ୟରଞ୍ଜନ ପାତ୍ର,ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ରାଜ୍ୟ ସମ୍ପାଦକ ବିଜେଡି ରାଜୀବ ଜେନା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଆଶ୍ରିବାଦ ଦାସ,ଅମନେସ ପପୁ, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ନାୟକ, ସଭାପତି ଯୁବ ଜନତା ଦଳ ବାରିପଦା ନିର୍ବାଚନ ମଣ୍ଡଳୀ ସରୋଜ ଶତପଥି, ବାରିପଦା ନିର୍ବାଚନ ମଣ୍ଡଳୀ ସଭାପତି ଛାତ୍ର ଜନତା ଦଳ ଅଭାସ ଦେ,ଜୀତ ପଟ୍ଟନାୟକ,ଦେବାଶିଷ ପାତ୍ର, ବିବେକାନନ୍ଦ ନାଏକ, ସୁଧୀର ପାତ୍ର,ପ୍ରଭାତୀ ପୃଷ୍ଟି, ଜୀତା ସିଂ, ଅନୁରାଧା ମହାନ୍ତି,ରୀନା ଶର୍ମା,ମହେଶ୍ ଭଞ୍ଜଦେବ, ଜଗବନ୍ଧୁ ମୁଖି, ଲିଟନ ମହାପାତ୍ର,ତ୍ରିଲୋକେଶ ପଣ୍ଡା ପ୍ରମୁଖ ସମେତ ହଜାର ହଜାର ସମର୍ଥକ ଯୋଗଦେଇଥିଲେ l