Tre

ଜୁଲାଇ ପ୍ରଥମ ସପ୍ତାହ ରୁ ବ୍ୟାପକ ଭାବେ ଜିଲ୍ଲା ତମାମ ଵୃକ୍ଷ ରୋପଣ ସହିତ ଗଛ କୁ ସୁରକ୍ଷା କାର୍ଯ୍ୟକ୍ରମ : ଭଞ୍ଜସେନା

State

ଜୁନ ୨ତାରିଖ ବାରିପଦା ରେ (ରବିବାର) ପ୍ରସ୍ତୁତି ବୈଠକ

ବାରିପଦା : ଚଳିତ ଗ୍ରୀଷ୍ମ ରୁତୁର ପ୍ରଭାବରେ ଉତ୍ତପ୍ତ ହୋଇପଡିଥିବା ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ପ୍ରତ୍ୟେକ ଦିନ ବିଶ୍ୱର ୧୦ ଗୋଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇବା ପ୍ରକୃତ୍ତରେ ମୟୁରଭଞ୍ଜ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି, କାହିଁକିନା ଏଭଳି ଧାରା ଆଗକୁ ବଜାଇ ରହିଲେ ଜୀବ ଜଗତ ପାଇଁ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିବ |

ଏହାକୁ ଲକ୍ଷ୍ୟରେ ରଖି କିଭଳି ଏହି ଗ୍ରୀଷ୍ମ ପ୍ରବାହ ରୁ ଜୀବଜଗତ ତ୍ରାହି ପାଇବେ ସେଇଥିପାଇଁ ଜୁଲାଇ ମାସ ପ୍ରଥମାର୍ଦ୍ଧରୁ କିଭଳି ଭାବେ ଶିମିଳିପାଳ କୁ ପୁନର୍ବାର ତାର ହୃତ ଗୌରବ ଫେରାଇବା ଅର୍ଥାତ ସବୁଜିମା ଶିମିଳିପାଳ ଗଢିବା ସହିତ ସହର ଓ ଗ୍ରାମାଞ୍ଚଳ ରେ ବ୍ୟାପକ ଭାବେ ଛୋଟ ବଡ଼ ଵୃକ୍ଷ ରୋପଣ କରାଯାଇ ବଡ଼ ହେବା ପର୍ଯ୍ୟନ୍ତ ତାର ରକ୍ଷଣାବେକ୍ଷଣ କରାଯିବ ଏବଂ ତାସହିତ ଜିଲ୍ଲା ମଧ୍ୟରେ ଥିବା ଛୋଟ ବଡ଼ ଜଳାଶ୍ରୟ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ବ୍ୟକ୍ତିଗତ କାରଣ ହେଉ ଅଥବା ବ୍ୟବସାୟୀକରଣ ଉଦ୍ୟେଶରେ ବନ୍ଦ କରାଯାଇଥିବା ଜଳାଶ୍ରୟ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା, ସୌନ୍ଦର୍ଯ୍ୟକରଣ, ରାସ୍ତା ଘାଟ ଓ କୋଠାବାଡି ନିର୍ମାଣ ତଥା ଆଧୁନିକତା ଦେଖାଇବା ଉଦ୍ୟେଶରେ ଯେଭଳି ଭାବେ ବ୍ୟାପକ ଭାବେ ଗଛ କଟା ଯାଉଛି ତାକୁ କିଭଳି ବନ୍ଦ କରାଯିବ ଏବଂ ଅତି ଆବଶ୍ୟକ ନଥିଲେ ଗଛ କଟା ସଂମ୍ପୂର୍ଣ୍ଣ ବନ୍ଦ ସହିତ ଯୋଉଭଳି ଭଳି ଭାବେ ସହରାଞ୍ଚଳର ପରିବେଶ ଉତ୍ତପ୍ତ ହେଉଛି, ତାହାର କାରଣ ଖୋଜି ନିରାକରଣ କରିବା ଉଦ୍ୟେଶରେ ଆସନ୍ତା ଜୁନ ମାସ ୨ ତାରିଖ (ରବିବାର ) ଦିନ ଅର୍ଥାତ ସାଧାରଣ ନିର୍ବାଚନର ଶେଷ ଭୋଟ ଗ୍ରହଣ ଦିବସ ପର ଦିନ ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ “ସାଇ ବିନାୟକ କଲ୍ୟାଣ ମଣ୍ଡପ ଠାରେ ସଖାଳ ୧୧ ଘଟିକା ସମୟରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହେବ, ଉକ୍ତ ବୈଠକ ରେ ଭଞ୍ଜସେନା କର୍ମକର୍ତ୍ତା ଙ୍କ ସହିତ ସମାଜର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ଆଇନଜୀବି, ବ୍ୟବସାୟୀ ସଙ୍ଘ, ପରିବହନ ସଙ୍ଘ,ଘରୋଇ ଶିକ୍ଷାନୁଷ୍ଠାନ, ଯୁବ ଛାତ୍ର ଓ ମହିଳା ମାନଙ୍କୁ ଆମନ୍ତ୍ରିତ କରାଯିବ ଏବଂ ଏହି ମିଟିଂ ସରିଲା ପରେ ଜିଲ୍ଲାର ବିଭିନ୍ନ ଉପଖଣ୍ଡ ସଦର ମହାକୁମା ଗୁଡିକରେ ସବୁ ବର୍ଗର ଲୋକଙ୍କୁ ଡାକି ଏହାର ସମାଧାନ ବାଟ କଢ଼ାଯିବ ଏବଂ ବିଭିନ୍ନ ସ୍ତରରେ ଯାଇ ସାଧାରଣ ଜନତାଙ୍କ ଉଦ୍ୟେଶରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |